Odisha news

ଯଦି ଆପଣ ମଧ୍ୟ କରିବାକୁ ଚାହୁଁଛନ୍ତି ଜୀବନରେ ଉନ୍ନତି ତେବେ ମଙ୍ଗଳବାର ରେ ଆପଣାନ୍ତୁ ଏହି ଉପାୟ

ମଙ୍ଗଳବାର କୁ ନେଇ ଏପରି ମାନ୍ୟତା ରହିଛି ଯେ ବଳ , ସାହସ , ସମ୍ମାନ ଓ ପୁରୁଷାର୍ଥ ବଢ଼ି ଥାଏ । ଏହି ବ୍ରତକୁ କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇ ଥାଆନ୍ତି ଓ ଆମ ଜୀବନରୁ ସମସ୍ତ ସଙ୍କଟ ଦୁର କରି ଥାଆନ୍ତି । ଏହା ମଧ୍ୟ ମାନ୍ୟତା ରହିଛି ଯେ ଏହି ବ୍ରତ କୁ କରିବା ଦ୍ୱାରା ସମସ୍ତ ଖରାପ୍ ଶକ୍ତି ଠାରୁ ମଣିଷ ଦୂରେଇ ରହିଥାଏ ।
କଣ ପାଇଁ ହନୁମାନଙ୍କ ବ୍ରତ ମଙ୍ଗଳବାର ଦିନ କରାଯାଏ –
ପୌରାଣିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ବଜରଙ୍ଗବଳି ଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ମଙ୍ଗଳବାର ଦିନଟି ତାଙ୍କୁ ଅର୍ପଣ କରାଯାଇଛି । ସେ ସଙ୍କଟ ମୋଚନ ହୋଇଥିବା କାରଣରୁ ଜୀବନର ସମସ୍ତ ସଙ୍କଟକୁ ଦୁର କରି ଥାଆନ୍ତି । ତା ସହିତ କୁହାଯାଏ ଯେ ମଙ୍ଗଳ ଗ୍ରହ ର ସମ୍ପର୍କ ହନୁମାନଙ୍କ ସହିତ ରହିଛି ।
ମଙ୍ଗଳବାର ବ୍ରତ କରିବାର ନିୟମ –
– ଏହି ବ୍ରତକୁ କରିବା ପାଇଁ ସବୁଠୁ ଅଧିକ ଧ୍ୟାନ ପବିତ୍ରତା ର ରଖା ଯାଇଥାଏ ।
– ପୂଜା କରିବା ସମୟରେ ନିଜର ଧ୍ୟାନ ପ୍ରଭୁଙ୍କୁ ସମର୍ପଣ କରିବା ଉଚିତ୍ ।
– ମଙ୍ଗଳବାର ଦିନ ଯଦି ଆପଣ ହନୁମାନଙ୍କ ନିକଟରେ ବ୍ରତ ରଖିଛନ୍ତି ତେବେ ଲୁଣ ଖାଇବା ଉଚିତ୍ ନୁହେଁ ।
– ହନୁମାନଙ୍କ ର ଯେ କୌଣସି ପୂଜା କରୁଛନ୍ତି ଆପଣ କଳା କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ ନୁହେଁ, ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ ।
– ହନୁମାନଙ୍କ ବ୍ରତ ଯେ କୌଣସି ମାସର ଶୁକ୍ଳ ପକ୍ଷରେ ରଖିବା ଉଚିତ୍ ।
– ଅଧିକାଂଶ ବ୍ୟକ୍ତିଙ୍କ ଧାରଣା ରହିଛି ଯେ ମଙ୍ଗଳବାର ବ୍ରତ ହନୁମାନଙ୍କ ନିକଟରେ ନାରୀ ମାନେ ରଖନ୍ତି ନାହିଁ , ଏହା ଭୁଲ ଅଟେ ।
– ପୁରାଣର ମାନ୍ୟତା ଅନୁସାରେ ନାରୀମାନେ ମଧ୍ୟ ଏହି ବ୍ରତ ରଖି ପାରିବେ ।
– ମଙ୍ଗଳବାର ଦିନ ରାଶି ତେଲ ଦ୍ଵିପ ଦେବା ଆବଶ୍ୟକ । ଏହାଦ୍ବାରା ହନୁମାନଙ୍କ କୃପା ଲାଭ ହୋଇଥାଏ ।
କି ଫଳ ଲାଭ ହୁଏ –
* ମାନ୍ୟତା ଅନୁସାରେ ବଜରଙ୍ଗବଳି ଙ୍କ ବ୍ରତ ରଖିବା ଦ୍ଵାରା ଜୀବନରୁ ଶତ୍ରୁ ନାସ ହୋଇଥାଏ ।
* ଘରର ଆର୍ଥିକ ଅବସ୍ଥା ସୁଧୁରିବା ସହିତ ପଡ଼ି ରହିଥିବା କାର୍ଯ୍ୟ ମଧ୍ୟ ସହଜ ରେ ହୋଇଯାଏ ।
* ପିଲା ମାନଙ୍କ ଜୀବନରେ ଉନ୍ନତି ହୋଇଥାଏ ଓ ପରିବାରର କଳହ ଦୂର ହୋଇଥାଏ ।
* ଘର ଭିତରୁ ନକାରାତ୍ମକ ଶକ୍ତି ଦୁର ହେବା ସହ ସକାରାତ୍ମକ ଶକ୍ତି ଜାଗ୍ରତ ହୁଏ ।
* ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ ମଙ୍ଗଳବାର ଦିନ ଠାକୁରଙ୍କ ନିକଟରେ ଦ୍ଵିପ ଦେଇ ଗାଈ କୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ । ଦେଖିବେ କାର୍ଯ୍ୟ ରୁ ବିଘ୍ନ ଦୁର ହେବ ।

Comments are closed.