Odisha news

ସିନାପାଲିରେ ବିନା ଶ୍ରଦ୍ଧାଳୁ ରେ ଶ୍ରୀ ଯାଉଙ୍କ ନୀତିକାନ୍ତି ସମ୍ପନ୍ନ…

ସିନାପାଲି(ନିରୋଜ କୁମାର ପାଣୀ) ସିନାପାଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତ୍ତି ଅନୁସାରେ କୋଭିଡ କଟକଣା ମଧ୍ୟରେ ଆଜି ଅପରାହ୍ନରେ ଶ୍ରୀ ଯାଉଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ବିନା ଶ୍ରଦ୍ଧାଳୁରେ ସୀମିତ ସେବାୟତଙ୍କ ଦ୍ଵାରା ମନ୍ଦିର ପରିସର ମଧ୍ୟରେ କେବଳ ବିଧି ରକ୍ଷା ନିମନ୍ତେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈସମ୍ପାୟନ ମେହେର ଛେରା ପହରା କରିଥିବା ସହ ଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆରମ୍ଭ କରାଯାଇଥିଲା ।

ଏ ଅବସରରେ ସଭାପତି ଶ୍ରୀ ମେହେର କରୋନାର କଟକଣା ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଉପସ୍ଥିତ ସହାୟତ ଙ୍କୁ ଆହ୍ଵାନ କରିଥିଲେ । ଏହାପରେ ବିଧି ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତିକୁ ଗୋଟି ପହଣ୍ଡି ରେ ଗର୍ତ୍ତି ଗୃହରୁ ଅଣାଯାଇ ମନ୍ଦିର ପରିସରରେ ଏକ କକ୍ଷରେ ସ୍ଥାପନ କରାଯାଇଛି । ଆଗାମୀ ବାହୁଡା ଯାତ୍ରା ପର୍ଯ୍ୟନ୍ତ ବିରାଡମ୍ବର ଭାବରେ ଏହି ଠାରେ ହିଁ ଶ୍ରୀଯାଉଙ୍କ ବନବିନାତ୍ମକ ଯାତ୍ରାର ପୂଜାବିଧି ଅନୁଷ୍ଠିତ ହେବ ବୋଲି କମିଟିର ସହ ସମ୍ପାଦକ ରୂପେଶ ଚନ୍ଦ୍ର ମେହେର ସୂଚନା ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମ ସମିତି ସେବାୟତଙ୍କ ମଧ୍ୟରେ ସମ୍ପନ୍ନ ହୋଇଥିବା ବେଳେ ସମସ୍ତେ ସାମାଜିକ ଦୁରତା ଓ ମାସ୍କ ଲଗାଈ ଥିବା ଦେଖିବାକୁ ମିଳିଥିଲା ।

Comments are closed.