ବୈଶିଙ୍ଗା–୨୪/୧୨–ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର କଳମା ଛକ ନିକଟରେ ଏକ ଦ୍ରୁତଗାମୀ କାର ଧକ୍କାରେ କଳମା ଅଞ୍ଚଳର ଜନୈକ ବାଇକ ଚାଳକ ଗୁରୁତର ହୋଇ କଟକରେ ଚିକିତ୍ସିତ l ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ୟୁପି-୮୦-ଏଫଡବ୍ଲ୍ୟୁ-୯୩୭୩ ନଂ ବିଶିଷ୍ଟ ଉତ୍ତର ପ୍ରଦେଶର ଏକ କାର ବାରିପଦା ପଟରୁ ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଓଡି-୦୧ଏଜେ-୩୧୭୪ ନଂ ବିଶିଷ୍ଟ ଏକ ବାଇକକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ବାଇକଟି ସମ୍ପୂର୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବାବେଳେ ବାଇକ ଆରୋହୀ ଗଡ଼ଦେଉଳିଆ ଗ୍ରାମର ବିନାୟକ ସାହୁ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକ ବିନାୟକଙ୍କୁ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ପରେ ପରେ କଟକକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି l ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରିବା ସହିତ କାରରେ ବସିଥିବା ଉତ୍ତରପ୍ରଦେଶର ଅଞ୍ଚଳର କାର ଚାଳକଙ୍କୁ ଥାନାକୁ ଆଣି ତଦନ୍ତ କରୁଥିବା ଜଣାଯାଇଛି l
