Odisha news

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ତାମିଲନାଡୁରେ ଫସିଥିବା ୧୨୭ ଜଣ ଓଡ଼ିଆଙ୍କ ପାଖରେ ପହଁଚିଲା ଖାଦ୍ୟ ସାମଗ୍ରୀ

0

ଭୁବନେଶ୍ୱର, ୧ ।୪: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ତାମିଲନାଡୁର ତିରିପୁର ଅଞ୍ଚଳରେ ଫସି ରହିଥିବା ୧୨୭ ଜଣ ଓଡ଼ିଆ ଶ୍ରମିକଙ୍କ ପାଖରେ ଆଜି ଖାଦ୍ୟ ସାମଗ୍ରୀ ପହଞ୍ଚôଛି ।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ୍ ଯୋଗୁ ତାମିଲନାଡୁର ତିରିପୁର ଅଞ୍ଚଳରେ କଳାହାଣ୍ଡି, ବରଗଡ଼, ରାଉରକେଲା ଓ ବ୍ରହ୍ମପୁର ଅଞ୍ଚଳର ଦୁଇଟି ଗୋଷ୍ଠୀରେ ୧୨୭ ଜଣ ଓଡ଼ିଆ ଶ୍ରମିକ ଭୋକ ଓପାସରେ ଫସି ରହିଛନ୍ତି । ଫସି ରହିଥିବା ଏହି ଓଡ଼ିଆ ଶ୍ରମିକମାନେ ଖାଦ୍ୟ ସାମଗ୍ରୀ ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ୱାଇ.ସତ୍ୟକୁମାରଙ୍କ ସହ ଯୋଗାଯୋଗ କରି ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସତ୍ୟ କୁମାରଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଛାତ୍ରନେତା ପୃଥୀଭି ଜି.ଏ. ତିରିପୁର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ । ଜିଲ୍ଲାପାଳ ତୁରନ୍ତ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚô ଆବଶ୍ୟକୀୟ ରାସନ୍, ଡାଲି ଏବଂ ପନିପରିବା ଯୋଗାଇ ଦେଇଛନ୍ତି । ଆବଶ୍ୟକ ହେଲେ ଆଗକୁ ଅଧିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ଭୋକ ଓପାସରେ ଫସି ରହିଥିବା ଓଡ଼ିଆମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ସ୍ଥାନୀୟ ପ୍ରଶାସନ ଏବଂ ସତ୍ୟକୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫସି ରହିଥିବା ଓଡ଼ିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply