ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସେ ଜଣେ ଦକ୍ଷ ସଂଗଠକ ଓ ଲୋକଙ୍କ ନେତା ଥିଲେ ଏବଂ ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି l ବିଶେଷକରି ପୂରୀ ଜିଲ୍ଲାର ବିକାଶରେ ତାଙ୍କ ଅବଦାନ ସବୁଦିନେ ମନେରହିବ l ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l