Odisha news

ବାଂଲାଦେଶରେ ଓଡିଆ ଯୁବକଙ୍କ ମୃତ୍ୟୁ : ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଶୀଘ୍ର ଫେରିବ ମରଶରୀର

0

ଭୁବନେଶ୍ବର, ୧୪।୧୨- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଂଲାଦେଶରୁ ପିତାମ୍ବର ସାହୁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ ଉତ୍ତରରେ ଜଣାଇଛନ୍ତି ଯେ ମରଶରୀର ଫେରାଇବା ପାଇଁ ଅବଶକୀୟ ପଦକ୍ଷେପ ନିଆଯାଇଛି ଏବଂ ଖୁବଶୀଘ୍ର ପିତାମ୍ବରଙ୍କ ମରଶରୀର ଭାରତ ଫେରିବ।

ସୂଚନାଯୋଗ୍ୟ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ପିତାମ୍ବର ସାହୁ (୪୩) ବାଂଲାଦେଶର ଢାକା ଠାରେ ଆସ୍ବାଦ କମ୍ପୋଜିଟ୍‌ ଟେକ୍ସଟାଇଲ ମିଲ୍‌ ନାମକ ଏକ ଘରୋଇ କମ୍ପାନୀରେ ଲ୍ୟାବ ମ୍ୟାନେଜର ଭାବେ କାମ କରୁଥିଲେl ଗତ ୧୧ ତାରିଖ (ଶନିବାର) ଦିନ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତାମ୍ବରଙ୍କ ବନ୍ଧୁ ମୃତ୍ୟୁ ସଂର୍ପକରେ ପରିବାରଲୋକଙ୍କୁ ଜଣାଇଥିଲେ। ପିତାମ୍ବରଙ୍କ ଶେଷ ଦର୍ଶନ ଓ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମା ସୁଲୋଚନା ସାହୁ ଓ ପତ୍ନୀ ଭାରତୀ ସାହୁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ କାଲି ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Leave A Reply