ବଡ଼ମ୍ବା ୨୫/୧୧- ବଡ଼ମ୍ବା ପ୍ରସିଦ୍ଧ ଶୈବପୀଠ ସିଂଘନାଥ ପୀଠ ପରିସରରେ ଆଜି ବଡ଼ଓଷା ପର୍ବ ପାଳନ ହେଵା ସହ ତରଣ ଓ ଗଜ ଭୋଗ ପୂଜା କରା ଯାଇଥିଲା | ଶନିବାର ପ୍ରତ୍ୟୁଷରୁ ପ୍ରଭୁ ସିଂଘନାଥଙ୍କ ମାଜଣା ଓ ମଙ୍ଗଳାର୍ପଣ କରାଯିବା ପରେ ବ୍ରତୀ ଏବଂ ଦର୍ଶନାର୍ଥୀମାନେ ନିଜର ମନୋସ୍କାମନା ପୂରଣ କରିବା ଲକ୍ଷରେ ଦର୍ଶନ କରିଥିଲେ | ଯଦିଓ ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ସାଧାରଣ ଲୋକଙ୍କ ମନରୁ ଏବେ ମଧ୍ୟ ଗତ ମକର ଯାତ୍ରାର ଦଳଚକଟା ଘଟଣା ନାଲିଭିବା କାରଣରୁ ଦର୍ଶନାର୍ଥୀଙ୍କ ଆଗମନ ବହୁ ମାତ୍ରାରେ କମିଥିବା କଥା ସେବାୟତ ମାନେ ସୂଚନା ଦେଇଛନ୍ତି | ତଥାପି ମଧ୍ୟାହ୍ନ ଧୂପ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥିବା ଦେବୋତ୍ତର ସୁପରଭାଇଜର ବିପିନ ବିହାରୀ ପୂର୍ବରା ସୂଚନା ଦେଇଛନ୍ତି | ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ଏବଂ ସହକାରୀ ଥାନା ଅଧିକାରୀ ଉତ୍କଳ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପ୍ଲାଟୁନ ଫୋର୍ସ ଏବଂ ଗୃହରକ୍ଷୀ ବାହିନୀ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା |