ଆମର ଅନେକ ଅଭ୍ୟାସ ଆମ ରୋଗର କାରଣ ଅଟେ l ଯାହାକୁ ଆମେ ଗୁରୁତ୍ୱ ଦେଇ ନଥାଉ, କିନ୍ତୁ ଅଧ୍ୟୟନ କହୁଛି ମଣିଷର ଦୈନନ୍ଦିନ ଜୀବନର କାର୍ଯ୍ୟ କଳାପ , ବ୍ୟବହାର ତାର ସ୍ୱାସ୍ଥ୍ୟ ଉପରେ ଖରାପ ଓ ଭଲ ପ୍ରଭାବ ପକାଇଥାଏ l ଆମେ ନିଜର ଖୁସିକୁ ରଖିବା ପାଇଁ ସ୍ୱାସ୍ଥ୍ୟକୁ ଅଣଦେଖା କରି ଦେଉଛୁ l ଯାହାକି ଆମପାଇଁ ଭବିଷ୍ୟତରେ ରୋଗ ଓ ଦୁଃଖର କାରଣ ହେଉଛି l ଆସନ୍ତୁ ଆଜି ଜାଣିବା ସେହିଭଳି କିଛି କାରଣ –
୧ – ପାଣି ଶରୀର ପାଇଁ ଖୁବ ଜରୁରୀ , ଏହାଦ୍ୱାରା ଶରୀର ହାଇଡ୍ରେଟ ହୋଇଥାଏ l ଏବଂ ଏହା ମୁଣ୍ଡ ବିନ୍ଧା , ଗ୍ୟାସ, ଏସିଡ଼ିଟି, ଭଳି ଅନେକ ରୋଗର କାରଣ ହୋଇଥାଏ l
୨ – ଆଜିକାଲି ପ୍ରାୟ ସମସ୍ତେ ଅନହେଲଦି ଖାଦ୍ୟ ସହିତ ଅଧିକ ଜଡିତ , ଯେପରିକି ଜଙ୍କ ଫୁଡ, ତେଲ ମସଲା ଯୁକ୍ତ ଭୋଜନ , ଆମିଷ ଭୋଜନ ଇତ୍ୟାଦି l ଏଭଳି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l
୩ – ପ୍ରତିଦିନ କିଛିଟା ଶାରୀରିକ ବ୍ୟାୟାମ ନିହାତି ଜରୁରୀ, ନଚେତ ଏହା ହାର୍ଟ ଡିଜିଜ, ସୁଗାର ଏବଂ ଅନ୍ୟ ରୋଗର କାରଣ ହୋଇପାରେ l
୪ – ଅସମୟ ରେ କିଛିନା କିଛି ଖାଇବା ଶରୀରକୁ ରୋଗରେ ପୀଡିତ କରିଥାଏ , ଏହାଦ୍ୱାରା ମୋଟାପା ,ଏସିଡ଼ିଟି ଗ୍ୟାସ ସମସ୍ୟା ଦେଖା ଯାଇଥାଏ l ନିର୍ଦ୍ଧିଷ୍ଟ ସମୟ ରେ ଖାଆନ୍ତୁ l
୫ – ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ର ଦେଖା ଚାହଁ କରନ୍ତୁ l ପ୍ରାକୃତିକ ଉପଚାର ନିହାତି ଜରୁରୀ l
୬ – ଆମର ନକାରାତ୍ମକ ଭାବନା ମଧ୍ୟ ହୋଇପାରେ ଆମ ରୋଗର କାରଣ l ଏହାଦ୍ୱାରା ଷ୍ଟ୍ରେସ ବୃଦ୍ଧି, ମାନସିକ ଚାପ ବୃଦ୍ଧି, ନିଦ୍ରା ହୀନତା ର ଶିକାର ଦେଖାଯାଏ l
୭ – କିଛି ଲୋକ ଅନ୍ୟକୁ ଦୋଷ ଦେବାରେ ମାହିର ଅଟନ୍ତି କିନ୍ତୁ ଏହା ଠିକ ନୁହେଁ l ଏହାଦ୍ୱାରା ସେଲଫ ଟାଲରେନ୍ସ ଓ ସେଲ୍ଫ କନଫିଡେନ୍ସ ହ୍ରାସ ହୋଇଥାଏ l