ଦେଶରେ ଯେଉଁଠି ପ୍ରାୟ ପ୍ରତିଦିନ ଧର୍ମ ଭାବନାକୁ ନେଇ ଅନେକ ଉତେଜନା ଦେଖା ଦେଉଛି, ସେହି ଦେଶରେ ମଧ୍ୟପ୍ରଦେଶ ରାଜ୍ୟ ର ଜଣେ ୨୬ ବର୍ଷୀୟ ମୁସ୍ଲିମ ଯୁବକ ମାନବିକତା ର ଦେଇଛନ୍ତି ଅଲଗା ପରିଚୟ, ଇଟାରସି ରେ ରହୁଥିବା ଆରିଫ ଖାନ ଚି଼ସ୍ତି , ଯିଏକି ଅନଲାଇନ ରେ ଉପଦେଷ୍ଟା ଏବଂ ଓକିଲାତି କାର୍ଯ୍ୟ କରିଥାଆନ୍ତି, ସେ ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜ ଙ୍କୁ ନିଜର କିଡ୍ନୀ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, ସୋସିଆଲ ମିଡିଆରେ ଏହି ମାମଲା ଖୁବ ଭାଇରଲ ହେଉଛି l
ଆରିଫ ଖାନ ନିକଟରେ ଜିଲା କଲେକ୍ଟର ଏବଂ ସନ୍ଥ ପ୍ରେମାନନ୍ଦ ଜୀ ଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି l ସେ କହିଛନ୍ତି ଯେ ଏହି ପଦକ୍ଷେପ ଉଠାଇବାର ମୂଳ ଉଦେଶ୍ୟ ହିନ୍ଦୁ-ମୁସ୍ଲିମ ଏକତା ଏବଂ ମାନବୀୟ ମୂଲ୍ୟ କୁ ମଜବୁତ କରିବାର ଉଦେଶ୍ୟ ଅଟେ, ବୃନ୍ଦାବନ ସ୍ଥିତ ରାଧା ବଲ୍ଳଭ ସମ୍ପ୍ରଦାୟ ର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ଗତ କିଛି ବର୍ଷ ହେଲାଣି ପୋଲିସିସ୍ଟିକ କିଡ୍ନୀ ଡିଜିଜ ରେ ପୀଡିତ ଅଛନ୍ତି, ସୂଚନା ଯୋଗ୍ୟ ଯେ ତାଙ୍କର ଦୁଇଟି କିଡ୍ନୀ ୧୯ ବର୍ଷ ହେଲାଣି କାର୍ଯ୍ୟ କରିବା ବନ୍ଦ କରିଦେଇଛି, ଏବଂ ସେହି ସମୟରୁ ନିୟମିତ ଡାଏଲିସିସ ଚାଲିଛି l
ଗମ୍ଭୀର ଭାବରେ ଅସୁସ୍ଥ ଥାଇ ମଧ୍ୟ କଦାପି ତାଙ୍କର ଦୈନନ୍ଦିନ ଆଧ୍ୟାତ୍ମିକ ଚର୍ଚା ବାଧା ପ୍ରାପ୍ତ ହୋଇନଥାଏ l ଏହାକୁ ନେଇ ଆରିଫ ଖାନ କହିଛନ୍ତି ଧର୍ମ ମନବତାକୁ ଯୋଡ଼ିଥାଏ, ବିଭାଜନ କରି ନଥାଏ, ଯଦି ମୋର ଗୋଟିଏ କିଡ୍ନୀ ସନ୍ଥ ମହାରାଜ ଙ୍କ କାମରେ ଆସିପାରିବ ତେବେ ମୋ ପାଇଁ ସୌଭାଗ୍ୟ ର କଥା l