ଔପଦା : ଔପଦା ବ୍ଲକ ରାଏରାମଚନ୍ଦ୍ରପୁରୁ ପଞ୍ଚାୟତ ର ଶୋରିଷପାଳ ,ଜହ୍ନିଆପଦା,ଖୁଂଟାଡିହାପାଟଣା ,ମଇଁଷାଡାଳି ଓ ଟିପୁରା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତ ହୋଇଥିବା ଅ ଭିଯୋଗ ହୋଇଛି । ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ମନମୁଖୀ ଭାବେ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ଏହି ଯୋଜନାରୁ ବଞ୍ଚôତ କରିଥିବା ଅଭିଯୋଗ ହୋଇଛି । ୨୦୧୧ ସର୍ଭେରେ ପରିବାର ମଧ୍ୟରେ ପୃଥକୀକରଣ ହୋଇଥିଲେ ମଧ୍ୟ ସଂପୃକ୍ତ ଜିଆରଏସ ସରକାରୀ ଯୋଜନାରେ ଆସୁଥିବା ପ୍ରଧାନମନ୍ତ୍ରୀ ଅବାସକୁ ଚଋକତା କରି କାଟିଦେଉଥିବା ବେଳେ ଥିଲାବାଲା ଓ ସରକାରୀ ଚାକିରିଆ ମାନଙ୍କୁ ଗୃହ ପ୍ରଦାନ କରୁଥିବା ଗ୍ରମବାସୀଙ୍କ ପକ୍ଷରୁ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ।
ଏ ପରିକି ପଞ୍ଚାୟତର ଥିଲାବାଲା ଓ ଚାକିରିଆ ପରିବାରର ଲୋକମାନେ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନେ ବଞ୍ଚିତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ସରକାରଙ୍କ ୨୦ ହଜାର ପ୍ରୋସôାହନ ରାଶି ହିତାଧିକାରୀଙ୍କୁ ପ୍ରଦାନରେ ମଧ୍ୟ ବ୍ୟତିକ୍ରମ କରୁଥିବାବେଳେ ପୁରୁଣା ଘରକୁ ମରାମତି କରି ଚଞ୍ଚକତା କରି ବିଲ କରାଇନେବା ପାଇଁ ଅଭିଯୋଗ ହୋଇଛି । ଏହି ସବୁ ଅଭିଯୋଗକୁ ନେଇ ଗ୍ରାମର ୩୦ ରୁ ଉଦ୍ଧ୍ୱର୍ ମହିଳା ହିତାଧିକାରୀ ମାନେ ବ୍ଲକରେ ପହଞ୍ଚô ବିଡିଓ ସନ୍ତୋଷ କୁମାର ପତିଙ୍କୁ ଭେଟି ଅଭିଯୋଗ କରିଥିବା ଜଣାଯାଇଛି