Odisha news

ଖୁଣ୍ଟୁଣୀ ସ୍ଥିତ ଓରନ୍ଦା ଇୟୁକୋ ବ୍ୟାଙ୍କ ଶାଖାରୁ ଡକାୟତି ଉଦ୍ୟମ

0
ଆଠଗଡ଼ : ଆଠଗଡ଼ ଖୁଣ୍ଟୁଣିଥାନା ନିକଟର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଖୁଣ୍ଟୁଣୀ  ଦୁର୍ଗା ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଲୁଟ ଉଦ୍ୟମ କରି ଲୁଟେରା ମାନେ କିଛି ନପାଇ ଶେଷରେ ୪ ଟି  କମ୍ପ୍ୟୁଟର, ୪ ସିସି କ୍ୟାମେରା ନେଇ ଫେରାର ହୋଇ ଯାଇଛନ୍ତି । ଡକାୟତ ମାନେ ବ୍ୟାଙ୍କ ପଛପଟ ଗେଟରେ ପଶି ପାର୍ଶ୍ଵ ପଥର କାନ୍ଥକୁ ତାଡି ଦେଇ ଭିତରେ ପଶିଥିଲେ । ପ୍ରଥମେ ଆଲାରାମର ଲାଇନ ବିଛିନ୍ନ କରିବା ସହ  ସି ସି କ୍ୟାମେରାକୁ ନେଇଯାଇଥିଲେ । କ୍ୟାସ କାଉଣ୍ଟର ଓ  ମ୍ୟାନେଜର କାଉଣ୍ଟରରେ ଥିବା ଡ୍ର ଏବଂ କାଗଜ ପତ୍ର ଖେଳାଇ ଘରଭିତରେ ଫିଙ୍ଗି ଦେବା ସହ କିଛି ନପାଇ  ଷ୍ଟ୍ରଙ୍ଗରୁମ ଭିତର କଂକ୍ରିଟ ଢଲାଇ କାନ୍ଥ ରଡ଼ କାଟି ଭିତକୁ ପଶି ଲକର ଖୋଲିବାକୁ ଉଦ୍ୟମ କରି ଖୋଲି ନପାରି ସେଠାରୁ ଫେରାର ହୋଇ ଯାଇଥିଲେ ।
ବୁଧବାର ସକାଳେ ଚୌଦ୍ୱାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନା ଅଧିକାରୀ  ଭବାନୀ ଶଙ୍କର ଖୁଣ୍ଟିଆ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଂଚି ବିଭିନ୍ନ ଦିଗକୁ  ତଦନ୍ତ କରି ଫେରି ଯାଇଛନ୍ତି । ଆସନ୍ତା କାଲି ସନ୍ଧାନୀ କୁକୁର ଆସିବା ପରେ ତଦନ୍ତରେ ଅଗ୍ରଗତି ଘଟିବ ବୋଲି ଆଇଆଇସି ଖୁଣ୍ଟିଆ କହିଛନ୍ତି । ଏ ସମ୍ପର୍କରେ ଶାଖା ପରିଚାଳକ ରୋହିତ କୁମାର ମହାନ୍ତି ଏତଲା ଦେବା ପରେ ପୋଲି ପକ୍ଷରୁ ୫/୨୨ରେ ଏକ ମାମଲା ରୁଜୁ କରିଛି । ପୋଲିସ ପାଟ୍ରୋଲିଂ ଅଭାବ ସାଙ୍ଗକୁ ଗତ ମାସରୁ ରାଜପଥ ପାଟ୍ରୋଲିଂ  ଭ୍ୟାନକୁ ବିଭାଗୀୟ ଅଧିକାରୀ ପ୍ରତ୍ୟାହାର କରି ନେଇଥିବାରୁ ଦିନକୁ ଦିନ ଥାନା ଅଂଚଳରେ ବିଭିନ୍ନ ଚୋରି ଡକାୟତି ବଢି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି,ଏକ ମାସ ପୂର୍ବରୁ ଖୁଣ୍ଟୁଣି ବଜାର ଉପରେ ଥିବା ତିନୋଟି ଟ୍ରକ ମଧ୍ୟ ଚୋରି ହୋଇଥିଲା। ବ୍ୟାଙ୍କରେ ସିକ୍ୟୁରୀଟି ନଥିବାରୁ ଏବଂ ପୋଲିସର ପେଟ୍ରୋଲିଙଗ୍ ର ଅଭାବ ପାଇଁ ଏଭଳି ଚୋରି ବାରମ୍ବାର ହେଉଛି , ସେଥିପାଇଁ ପୋଲିସ ବିଭାଗ ସମ୍ପୁର୍ଣ୍ଣ ବିଫଳ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି,
Govt
Leave A Reply