ଆଠଗଡ ତା୭/୧୨/୨୨ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ସମସ୍ତ ସହାୟତା ଯୋଗାଉଥିବା ବେଳେ ସାଧାରଣ ଲୋକଙ୍କ ଅର୍ଥ ବାଟ ମାରଣା ହେଉଛି ବୋଲି ଆଜି ଯୁବ ସଂଗଠନ ଅଭୟ ବାରିକ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଯୋଗାଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଓ଼ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ହିତାଧିକାରୀଙ୍କୁ ନ ଦେଇ ବ୍ଲକ କର୍ମଚାରୀମାନେ ହରିଲୁଟ କରିଛନ୍ତି। ଆଜି ଯୁବ ସଂଗଠକ ଅଭୟ କୁମାର ବାରିକ ଅପରାହ୍ନରେ ୨୦ ରୁ ଉର୍ଦ୍ଧ ହିତାଧିକାରୀ ସହ ବ୍ଲକ କାର୍ଯ୍ୟାଳୟକୁ ଯାଇ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାଶଙ୍କୁ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଅନୁଯାଇ ମଞ୍ଚେଶ୍ୱର ପଂଚାୟତ ଲିଙ୍ଗାପଦା ଗ୍ରାମର ସୁଶାନ୍ତ କୁମାର ବେହେରା ପିତା କେଶବ ବେହେରାଙ୍କ ନାମରେ ୨୦୧୭. ୨୦୧୮ମସିହାରେ ରାଜ୍ୟ ସରକାର ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଇଥିଲେ, ସେହି ଅନୁଦାନରୁ ଘର କରିବାକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅଗ୍ରିମ ୨୦ ହଜାର ଟଙ୍କା ଦେଇଥିଲେ, ଘର କାମ ସାରି ହିତାଧିକାରୀ ବ୍ଲକ କାର୍ଯ୍ୟାଳୟକୁ ଗଲା ବେଳକୁ ତାଙ୍କ ନାମରେ ସମ୍ପୂର୍ଣ୍ଣ ୮୦ ହଜାର ଟଙ୍କା ଉଠାଯାଇଛି ।ସମ୍ପୃକ୍ତ ହିତାଧିକାରୀ ସୁଶାନ୍ତ ସୂଚନା ଅଧିକାର ଆଇନରେ ଉକ୍ତ ତଥ୍ୟ ସଂଗ୍ରହ କରି ବିଡିଓ଼ ଙ୍କୁ ଅଭିଯୋଗ କରିଛନ୍ତି, ସେହିପରି କୁମାରପୁର ପଂଚାୟତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଦିଆଯାଉଥିବା ହରିଶ୍ଚନ୍ଦ୍ର ସହାୟତା ରାଶିରୁ ପ୍ରାୟ ଶତାଧିକ ଲୋକଙ୍କ ପଇଶା ଗ୍ରାମପଂଚାୟତ କର୍ମଚାରୀ ଖାଇଯାଇଛନ୍ତି, ଏ ସଂମ୍ପର୍କରେ ଆଜି ବ୍ଲକ କାର୍ଯ୍ୟଳୟରେ ୨୦ ଜଣ ହିତାଧିକାରୀ ଏକାଠି ହୋଇ ୨୦୧୭ ରୁ ୨୦୨୨ ମସିହା ମଧ୍ୟରେ ସେମାନଙ୍କ ପରିବାରର ସହାୟତା ରାଶି ପାଇ ନ ଥିବା କହିଛନ୍ତି, ଅଭିଯୋଗ କାରୀଙ୍କ ମଧ୍ୟରେ କୁମାରପୁରର ନିରଞ୍ଜନ ଦେହୁରୀ, ଶଙ୍କର ଦେହୁରୀ, ବଳିପୁରର କେଦାର ନାଥ ସାମଲ, ଓସ୍ତପୁରର ସରସ୍ବତୀ ଖିଲାର, ଓ଼ ଦାମ୍ପତିପୁରର ସମ୍ଭାରୀ ଛତରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ତ ଗରିବ ହିତାଧିକାରୀ ମାନଙ୍କୁ ସଠିକ ଭାବରେ ତଦନ୍ତ କରାଯାଇ ଆସନ୍ତା ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଆଠଗଡ଼ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରୋଜ କୁମାର ଦାସ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।