Odisha news

କମ୍ପ୍ୟୁଟରିକରଣ ମାଧ୍ୟମରେ ଧାନକ୍ରୟ ଓ ଧାନ କ୍ଷେତ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

0
ଆଠଗଡ ୦୮/୧୧/୨୪ ଆଠଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ କମ୍ପ୍ୟୁଟରିକରଣ ମାଧ୍ୟମରେ ଧାନକ୍ରୟ ଓ ଧାନ କ୍ଷେତ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  କମ୍ପ୍ୟୁଟରିକରଣ ମାଧ୍ୟମରେ କିପରି ଚାଷୀମାନେ ସେମାନଙ୍କ  ଧାନକୁ ବିକ୍ରୟ କରିବେ ତଥା  ଚାଷଜମିର ସଠିକ ଯାଞ୍ଚ କିପରି କରାଯିବ ସେ ବିଷୟରେ ଆଲେଚନା କରାଯାଇଥିଲା। ଆଠଗଡ , ତିଗିରିଆ , ବଡ଼ମ୍ବା, ନରସିଂହପୁର, ଆଠଗଡ଼ ଏନ୍ଏ ସି ରେ ମୋଟ ୮୫ ଟି କେନ୍ଦ୍ରରେ ଧାନ  କ୍ରୟ  କରାଯିବ। ସେଥିମଧ୍ୟରୁ ୭୮ ଟି  ପ୍ରାଥମିକ ସେବା ସମବାୟ ସମିତି ଓ ୭ ସବ୍ ସେଣ୍ଟର ରହିଛି।ଧାନ କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ ଇନପୁଟ ସବ ସିଡ ୮ ଶହ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ଚଳିତ ବର୍ଷ ଡିସେମ୍ବର ମାସ ତୃତୀୟ ସପ୍ତାହରେ ଆଠଗଡ ଉପଖଣ୍ଡରେ ମଣ୍ତି ଆରମ୍ଭ ହେବ। ଗତବର୍ଷ ଠାରୁ  ଏ ବର୍ଷ ସରକାର ଧାନ କ୍ରୟକୁ ପ୍ରାଧାନ୍ୟ ଦେଇ ଚାଷୀମାନେ କିପରି ସେମାନଙ୍କ ବଳକା ଧାନ ସଫାସୁତୁରା କରି ମଣ୍ତିକୁ ଆଣିବେ ଏଥି ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପଞ୍ଚାୟତ ଓ୍ଵାରୀ ସଚେତନତା କରାଯିବା ପାଇଁ ସ୍ଥିର ହୋଇଛି। ଧାନ ମଣ୍ତିରେ ନୋଡ଼ାଲ ଅଫିସର ଓ ସୁପରଭାଇଜର ନିଯୁକ୍ତ କରାଯାଇ ଧାନ କ୍ରୟ କିପରି ସ୍ବଛତା ଅବଲମ୍ବନ କରିବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଶିବିରରେ ଆଠଗଡର ସିନିୟର ଏ ଆର ସି ଏସ ବିଜେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ଜଗମୋହନ ଦାସ, କଟକ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଉପେନ୍ଦ୍ର କୁମାର ଭୋଇ, ଜିଲ୍ଲା ଯୋଗାଣ ବିଭାଗର କମ୍ପ୍ୟୁଟର ସହାୟକ ସୃତିରଞନ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ତଥା ପ୍ରଶିକ୍ଷକ ଯାମିନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Leave A Reply