Odisha news

ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ। ପାଞ୍ଚ ଛେଳି ଜୀବନ୍ତ ଦଗ୍ଧ

0
ଆଠଗଡ ତା ୨୯-୦୮-୨୪ ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ବ୍ଲକ ବେଣ୍ଟପଦା ପଞ୍ଚାୟତ କେନ୍ଦୁଟୋକଳୀ ଶବର ସାହି ରେ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡି ଯାଇଥିବା ବେଳେ ପାଞ୍ଚ ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏଥି ସହିତ କିଛି ଗୃହପାଳିତ କୁକୁଡ଼ା ଏବଂ ବତକ ମଧ୍ୟ ପୋଡ଼ି ଯାଇଥିବା ଜଣାପଡିଛି।କେନ୍ଦୁଟୋକଳୀ ଶବର ସାହି ର ଅମର ବେହେରା ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇ ଥିବା ଜଣାପଡିଛି। ଖବର ପାଇ ଆଠଗଡ଼ ତହସିଲଦାର ଙ୍କ ସହିତ ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପୀଡିତ ପରିବାର କୁ ତିନୋଟି ଜରି ପାଲ ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସଂପୂର୍ଣ୍ଣ ରିପୋର୍ଟ ଆସିବାପରେ ସରକାରୀ ନିୟମ ମୁତାବକ ସାହାଯ୍ୟ ପ୍ରଦାନ କରା ଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Govt
Leave A Reply