Odisha news

ସ୍ୱାମୀଙ୍କ ନୃଶଂସ କାଣ୍ଡ ଶାବଳ ରେ ଭୂଷି ସ୍ତ୍ରୀ’ଙ୍କୁ ହତ୍ୟା ପରେ ଆତ୍ମସମର୍ପଣ

0
ଵ୍ରହ୍ମପୁର, ୨୯/୮:  ସଦର ଥାନା ଅନ୍ତର୍ଗତ ରୋହିଗାଁ ‘ରେ  ଜଣେ ବ୍ୟକ୍ତିଙ୍କ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ମହିଳାଙ୍କୁ  ବୁଧବାର ରାତ୍ର  ଶାବଳରେ ଭୂଷି ତାଙ୍କ  ସ୍ୱାମୀ ହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ଝୁନୁ ଜେନା(୪୫)।  ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ଜେନା ଗାଁ’ସରପଞ୍ଚ ବଶିଷ୍ଠଜେନା ନିକଟରେ ନିଜର ଦୋଷ ସ୍ୱୀକାର କରିଥିଲେ। ପରେ ସରପଞ୍ଚ ଏନେଇ ସଦର ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚି  ରଜେନ୍ଦ୍ରଙ୍କୁ  ସେଠାରୁ କାବୁ କରିଥିଲା। ସେହିପରି ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରିପଢିଥିବା ଝୁନୁଙ୍କ ମୃତଦେହ ଉଦ୍ଧାର କରି ଏମକେସିଜି ମେଡିକାଲ ପଠାଇଥିଲା। ସେହିପରି ଘଟଣା ସ୍ଥଳରୁ ରକ୍ତଭିଜା ଶାବଳ ମଧ୍ୟ ଜବତ କରିଥିଲା। ଗୁରୁବାର ପୋଲିସ ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଛେଦ ପାଇଁ ପଠାଇଛି।  ମୃତକଙ୍କ ଭାଇ ଉକ୍ତ ଥାନା ଅନ୍ତର୍ଗତ କୋକିନଡ଼ା ଗ୍ରାମର  ତ୍ରିନାଥ ସ୍ୱାଇଁ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ  ଏସଂକ୍ରାନ୍ତରେ ୨୭୫/୨୪ ରେ ଏକ ମାମଲା ରୁଜୁ କରିଥିଲା। ଗୁରୁବାର ହତ୍ୟାକାରୀ ରାଜେନ୍ଦ୍ର ଜେନାଙ୍କୁ କୋର୍ଟ ଚାଲାଣ କରିଛି।
Nalco
Leave A Reply