Odisha news

ଆଠଗଡ଼ ରେ ଶୁଭାରମ୍ଭ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ।

0
ଆଠଗଡ଼ ତା ୯-୧-୨୪  ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ।ଏଥି ସହିତ ଜଗନ୍ନାଥ ସଂସ୍କୃତି କୁ ସାରା ବିଶ୍ବରେ ପ୍ରକଟିତ କରିବା ପାଇଁ ଶ୍ରୀଜଗନ୍ନାଥ ପ୍ରଚାର ଅର୍ପଣ ରଥ ପରିକ୍ରମା କରୁଛି। ଏହି ପରିପ୍ରେକ୍ଷୀରେ ଆଠଗଡ଼ ର ଆରାଧ୍ୟ ମହାପ୍ରଭୁ ଅଟ୍ଟାଳୀ ଜଗନ୍ନାଥ ଙ୍କ ଠାରୁ ଆଜ୍ଞାମାଳ ଆଣି ପୂଜାର୍ଚ୍ଚନା କରି ସମସ୍ତ ରଥକୁ ଆଠଗଡ଼ ର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାକୁ ଶୁଭାରମ୍ଭ କରିଥିଲେ। ମହିଳା ମାନଙ୍କ ଦ୍ଵାରା ମନ୍ଦିର ପରିସରରେ ମୁରୁଜରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର କରି ତା ସହିତ ଖୋଳ ଝାଞ୍ଜ ତାଳେତାଳେ ଭକ୍ତ ମାନେ ଭଜନ କୀର୍ତ୍ତନ ସହିତ ଦୀପ ଜାଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଅର୍ପଣ ରଥକୁ ଭବ୍ୟ ସ୍ଵାଗତ କରିଥିଲେ। ଆଜି ଆଠଗଡ଼ ରେ ୬ ଟି ପଞ୍ଚାୟତ  ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଘରୁ ଅରୁଆ ଚାଉଳ ଗୁଆ  ସଂଗ୍ରହ କରି ଜଗନ୍ନାଥ ଙ୍କ ଅର୍ପଣ ରଥକୁ ପ୍ରଦାନ କରିବେ। ଜାନୁଆରୀ ୧୬ ତାରିଖ ଦିନ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି। ଆଜିର କାର୍ଯ୍ୟକ୍ରମ ରେ ସାଧୁ ସଦାନନ୍ଦ ଦାସ, ଯଶୋଦା ନନ୍ଦନ ମହାରାଜ, ଶ୍ରୀ ରାଧାରମଣ ଦାସ ମାନସ ପଣ୍ଡା, ବିଡ଼ିଓ ପ୍ରଦିପ ସାହୁ, ମୀନତି ଆଚାର୍ଯ୍ୟ, ସସ୍ମିତା ରାଉତ, ବଳଭଦ୍ର ବାଘ, ମୀନତି ଗାଗରାଇ, ଶାନ୍ତି ଲତା ବେହେରା,କେଶବ ଚନ୍ଦ୍ର ଜେନା, ରବିନ୍ଦ୍ରନାଥ ରାଉତ, ନୃସିଂହ ଚରଣ ମହାପାତ୍ର, ସତ୍ୟପ୍ରିୟ ମହାନ୍ତି, ନିରାକାର ଲେଙ୍କା, ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply