Odisha news

ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ଆଠଟି ରାସ୍ତା  ର ନବୀକରଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ରଣେନ୍ଦ୍ର।

0
ଆଠଗଡ଼ ତା ୧୦-୧୧-୨୩ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଆଠଟି କଚ୍ଚା ରାସ୍ତା ର ନବୀକରଣ ପାଇଁ ଶିଳାନ୍ୟାସ ହୋଇ ଯାଇଛି। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ୧୮ ଟି ଓ୍ଵାର୍ଡ ୨୩ ଗୋଟି କଚ୍ଚା ଏବଂ ମୋରମ ରାସ୍ତା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ଆଠଟି ରାସ୍ତା ପାଇଁ ଆଜି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତା ଗୁଡିକର ନବୀକରଣ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଅନୁଦାନ ମାଧ୍ୟମରେ ୫ କୋଟି ୭୧ ଲକ୍ଷ  ୨୨ ହଜାର ୬୮୫ ଟଙ୍କାର ଅନୁଦାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୯୧ ଲକ୍ଷ ୪୫ ହଜାର ୮୧୫ ଟଙ୍କା ର ବ୍ୟୟ ବରାଦ ହୋଇ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ଵି ଶୁଭ୍ର ଶଙ୍କର ଜ୍ୟୋତି ଏବଂ ରଞ୍ଜନ କୁମାର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି।
Leave A Reply