ଆଠଗଡ଼ ତା ୭-୯-୨୩ ପାରମ୍ପାରିକ ରୀତିନୀତି କୁ ବଜାୟୀ ରଖିବା ପାଇଁ ଆଠଗଡ କନ୍ଦରପୁର ପଞ୍ଚାୟତ ନଣ୍ଡାଇଲୋ ରାଉତରାୟ ପୁର ଗ୍ରାମ ବାସୀ ମହାସମାରୋହରେ ନନ୍ଦ ଉତ୍ସବ ପାଳନ କରିଛନ୍ତି।ଗତ ୨୦ ବର୍ଷ ଧରି ଗ୍ରାମ ବାସୀ ମାନେ ଜନ୍ମାଷ୍ଟମୀ ପରଦିନ ଘର ସମ୍ମୁଖରେ ଲିପାପୋଛା କରି ଧୂପ ଦୀପ ଦେଇ ନନ୍ଦ ଉତ୍ସବ ପରିକ୍ରମା କୁ ବନ୍ଦାପନା କରିଥାଆନ୍ତି। ଆଜି ମଧ୍ୟାହ୍ନ ରେ ଗୁରୁ କିଶୋର ସାହୁ ଙ୍କ ତ୍ବାବଧାନରେ ନନ୍ଦ ରାଜା ବେଶରେ ତ୍ରିଲୋଚନ ଦାଶ, ନନ୍ଦ ରାଣୀ ବେଶରେ ପ୍ରକାଶ ସାହୁ, କୃଷ୍ଣ ବେଶରେ ଦେବେନ୍ଦ୍ର କୁମାର ସାହୁ, ବଳରାମ ବେଶରେ ରାହୁଲ କୁମାର ରାଉତ ଓ ଗ୍ରାମ ର ୨୫ ଉର୍ଦ୍ଧ ବାଳକ ବାଳୀକା ଗୋପାଳ ଗୋପଳୁନି ବେଶରେ କନ୍ଦରପୁର ପଞ୍ଚାୟତ ପରିକ୍ରମା କରିଥିଲେ। ଗ୍ରାମ ବାସୀ ଙ୍କ ପକ୍ଷରୁ ବିକ୍ରମ ପରିଡ଼ା,ଶରତ ଚନ୍ଦ୍ର ସାହୁ,ପଶୃରାମ ରାଉତ, ପ୍ରମୋଦ ସାହୁ, ଜଳନ୍ଧର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ଆଠଗଡ଼ ର ପ୍ରସିଦ୍ଧ ରାଧାଗୋବିନ୍ଦ ମନ୍ଦିର ରେ ପ୍ରଭୁଙ୍କ ର ସୁନାବେଶ କରାଯାଇଥିଲା। ଏହି ଉପଲକ୍ଷେ ରାଧାଗୋବିନ୍ଦ ସେବା ସଂସ୍ଥା ତରଫରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା।