ଅଶାନ୍ତ ଆଠଗଡ଼। ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।ଗାଁ ଦାଣ୍ଡରେ ଵୁଲିଲା ଖଣ୍ଡା। ଫୁଟିଲା ବୋମା : ତିନି ଜଣ ଆହତ।
ଆଠଗଡ଼ ତା ୦୯-୦୮-୨୩ ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ସହିତ ବୋମା ମାଡ଼ ହୋଇଛି। ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣା ରେ ଗଦାଧର ନାୟକ ଙ୍କ ଚାରିବର୍ଷ ର ପୁଅ ଆଦିତ୍ୟ କୁ ସେହି ଗ୍ରାମର ଶିଶିର ଜେନା ନନ୍ଦ ସାମଲ ଏବଂ ବାବାଜୀ ବିଶ୍ଵାଳ ଏକ ବୁଲେଟ ମୋଟରସାଇକେଲ ରେ ଆସି ଧକ୍କା ଦେଇଥିବା ଗଦାଧର ନାୟକ ଙ୍କ ସ୍ତ୍ରୀ ଶାନ୍ତି ଲତା ଜେନା ଆଠଗଡ଼ ଥାନା ରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ପାଟି ତୁଣ୍ଡ କ୍ରମେ ଗୋଷ୍ଠୀ ସଂଘର୍ଷ ରେ ପରିଣତ ହୋଇଥିଲା। ଏହାକୁ କେନ୍ଦ୍ର କରି ଶିଶିର ଜେନା ଙ୍କ ସହଯୋଗୀ ଶ୍ରୀକାନ୍ତ ଜେନା ଶାନ୍ତି ଲତା ଙ୍କ ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କୁ ପୂର୍ଣଚନ୍ଦ୍ର ରାଉତ ଉପେନ୍ଦ୍ର ରାଉତ,ସିପୁ ରାଉତ, ପ୍ରସନ୍ନ ଜେନା ସହଯୋଗ କରିଥିଲେ। ସେହିପରି କିଶୋର ଜେନା ଙ୍କ ପକ୍ଷରୁ ଗୁଣନିଧି ଜେନା ଏବଂ ତାଙ୍କ ପୁଅ ଶ୍ରୀକାନ୍ତ ଜେନା ଏକ ଖଣ୍ଡା ରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଥିଲେ।ଖଣ୍ଡା ଟି ତାଙ୍କ ହାତରେ ବାଜି ଥିବା ବେଳେ ସେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଗୁଣନିଧି ଜେନା ଅଭିଯୋଗ କରିଛନ୍ତି ଯେ ସେ ସକାଳ ନଅଟା ସମୟରେ ଘରେ ଖାଉଥିବା ସମୟରେ ସୁରେଶ ମନ୍ତ୍ରୀ,ଅରିଶ ମନ୍ତ୍ରୀ ଅଶୋକ ମନ୍ତ୍ରୀ ଗଦାଧର ନାୟକ ପ୍ରମୁଖ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହିତ ଦାଣ୍ଡ କୁ ଘୋଷାରି ଆଣି ସୁରେଶ ମନ୍ତ୍ରୀ ଖଣ୍ଡା ରେ ହାଣି ପକାଇ ଥିଲେ। ଏହି ସମୟରେ କିଶୋର ଜେନା ବୋମା ମାଡ଼ କରି ମାରିଦେବା ପାଇଁ ଧମକ ଦେଇଥିଲେ। ଗତ ଜୁଲାଇ ୧୪ ତାରିଖ ରେ ସେହି ଗ୍ରାମର ଶ୍ମସାନ ରାସ୍ତା କଲଭର୍ଟ ନିର୍ମାଣ କୁ ନେଇ ଶାସକ ଦଳର ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସହିତ ଗଣ୍ଡଗୋଳ ହୋଇଥିଲା।ସେ ସମୟରେ ଏହା ସମାଧାନ ନ ହୋଇ ଆଜି ଏହା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ଶାସକ ଦଳର ହୋଇ ଥିବା ବେଳେ ପୋଲିସ ର ଅସହାୟତା ଯୋଗୁଁ ଆଜିର ଏହି ଗୋଷ୍ଠୀ ସଂଘର୍ଷ ଯୋଗୁଁ ଗୁଣନିଧି ଜେନା, ଙ୍କ ସହିତ କିଶୋର ଜେନା ଗଗନ ଜେନା ଗୁରୁତର ଆହତ ହୋଇ ଥିବା ଜଣାପଡିଛି। ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରୋଟି ଜୀବନ୍ତ ବୋମା ଜବତ ହୋଇଥିବା ଜଣାପଡିଛି। ଗ୍ରାମ ରେ ଉତ୍ତେଜନା ମୂଳକ ପରିସ୍ଥିତି ଯୋଗୁଁ ସେଠାରେ ପୋଲିସ ମୁତୟନ କରାଯାଇଛି। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଗୁଣନିଧି ଜେନା ଙ୍କ ଏତଲା କୁ ୧୬୮/୨୩ ଏବଂ ଶାନ୍ତି ଲତା ଜେନା ଙ୍କ ଏତଲା ୧୭୯/୨୩ କୁ ପଞ୍ଜିକରଣ କରାଯାଇଅଛି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ମାସେ ରୁ ଉର୍ଦ୍ଧ୍ବ ହେବ ଆଠଗଡ଼ ଥାନା ରେ ଅଧିକାରୀ ନ ଥିବା ଯୋଗୁଁ ଚୋରି ଡକାୟତି ରାହାଜାନୀ ଭଳି ଅପରାଧ ନିୟନ୍ତ୍ରଣ କରିବା ପାଇଁ ପୋଲିସ କୁ ନାକେଦମ ହେବାକୁ ପଡୁଛି। ସେହିପରି ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ଼ ଗ୍ରାମ ଈଶ୍ଵରା ଛକ ର ପ୍ରତାପ ଧଳ ଙ୍କ ଘରୁ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।ଗତ କାଲି ରାତି ପ୍ରାୟ ୧.୨୦ ସମୟରେ ଝରକା ଗ୍ରୀଲ ଭାଙ୍ଗି ୫ ରୁ ୭ ଭରି ସୁନା, ତିନୋଟି ଦାମୀ ବିଦେଶୀ ହାତଘଣ୍ଟା,ନଗଦ ଏକ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ସେହିପରି ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମ ର ପେଟ୍ରୋଲ ପମ୍ପ ମାଲିକ ଅକ୍ଷୟ ମହାରଣା ଘରେ ଚୋରି ହୋଇଥିବା ଏତଲା ହୋଇଛି। ଦୀର୍ଘ ଦିନ ଧରି ଆଠଗଡ ଥାନା ଅଧିକାରୀ ନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣ ରେ ଆଲୋଚନା ହେଉଛି। ତେବେ ତୁରନ୍ତ ଆଠଗଡ଼ ଥାନାରେ ଦକ୍ଷ ଥାନା ଅଧିକାରୀ ନିଯୁକ୍ତି ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।