ଆଠଗଡ଼ ତା ୪/୩/୨୩ ଶନିବାର ଦିନ ଆଠଗଡ ସହରସ୍ଥିତ ଆମ୍ବେଦକର ଭବନ ଠାରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦର ସମ୍ପାଦକଙ୍କ ବିଚିତ୍ରାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଅଧିବେଶନ ବୈଠକରେ ପ୍ରଥମେ ସମ୍ବିଧାନ ପ୍ରଣେତା ଡ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା, ଆଠଗଡ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ ପଂଚାୟତରୁ ଆସିଥିବା ପରିଷଦର ପ୍ରତିନିଧି ଓ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ନେଇ ପରିଷଦର କାର୍ଯ୍ୟଧାର ଓ ଜାତି ଜନଜାତିର ସମସ୍ୟାରେ ସୁଧାର ଆଣିବା ଏବଂ ନିଜର ହକ ପାଇଁ ଲଢେଇ କରିବା ପାଇଁ ପରିଷଦକୁ ମଜଭୁତ କରିବା ପାଇଁ ପରିଷଦ ତରଫରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l
ଉକ୍ତ ସଭାରେ ସଭ୍ୟ ସଭ୍ୟା ମାନଙ୍କ ମତକୁ ପାଥେୟ କରି ପରିଷଦର ଏକ ଦକ୍ଷ କମିଟି ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଉକ୍ତ କମିଟିରେ ସଭାପତି ଭାବେ ପରିଷଦର ପୂର୍ବତନ ସମ୍ପଦକ ବିଚିତ୍ରା ନନ୍ଦ ସେଠି , ଉପସଭାପତି ରୁପେ,ପୀତବାସ ନାଏକ, ପ୍ରଫୁଲ୍ଲ ନାଏକ,ଅରୂପାନନ୍ଦ ସେଠି, ବିଷ୍ଣୁ ଚରଣ ନାଏକ, ଝୁମ୍ପେଇ ନାଏକ, ଝୁନୁବାଳା ନାଏକ, ସ୍ୱପ୍ନା ସେଠି,ସାଧାରଣ ସମ୍ପାଦକ ସତ୍ୟଜିତ ମଲ୍ଲିକ,ସହ ସମ୍ପାଦକ ରୁପେ କାମିନୀ ଦେହୁରୀ, ସ୍ମୃତିଧର ବେହେରା, ସୀତା ନାଏକ, ପାର୍ବତୀ ନାଏକ, ମମତା ନାଏକ, ଆଇନ ପରାମର୍ଶଦାତା ପ୍ରକାଶ ସେଠି, ମିଡ଼ିଆ ସେଲ ଅଶୋକ ମଲ୍ଲିକ ଏବଂ ପରିଶେଷରେ ପରାମର୍ଶଦାତା ରୁପେ ହରିଶ ଆଇବ୍ରୁ, ନିରଞ୍ଜନ ନାଏକ, ଧରଣୀଧର ଦେହୁରୀ, ପ୍ରମୋଦ ସେଠି, ରତିକାନ୍ତ ଦେହୁରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା, ଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ବାବ ସାହେବ ଆମ୍ବେଦକରକରଙ୍କ ନିକଟରେ ଶପଥ ଗ୍ରହଣ କରି ସୁଚାର ରୂପ ପରିଷଦର କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ
