Odisha news

ତିଗିରିଆ ବ୍ଲକରେ ନିର୍ବାଚିତ ପ୍ରତିନିଧି ଙ୍କୁ ଲାଭଜନକ ପଦବୀରେ ବେଆଇନ ନିଯୁକ୍ତି। ଚୟନ ପକ୍ରିୟାରେ ଅନିୟମିତତା : ତଥ୍ୟ ଲୁଚାଉଛି ବ୍ଲକ ପ୍ରଶାସନ, ଆଗାମୀ ତିନି ତାରିଖ ରେ ତିଗିରିଆ ବ୍ଲକ ଘେରାଉ।

0

ଆଠଗଡ଼ : ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳ ର ତିଗିରିଆ ବ୍ଲକ ରେ  ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ରେ ସଭାପତି ଓ ସମ୍ପାଦକ ଚୟନ ପକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଏବାବଦରେ ଗତ୮ ଜାନୁଆରୀ ୨୩ ତାରିଖ ଦିନ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ତିଗିରିଆ ବିଡ଼ିଓ ଙ୍କୁ ଭେଟି ଜଣାଇଥିଲେ।ବର୍ତ୍ତମାନ ଜିଲ୍ଲାପରିଷଦ ସଭ୍ୟ ତଥା ଗତ ଥରର ଵଡନାଉପୁଟ ପଞ୍ଚାୟତ ସରପଞ୍ଚ ଥିବା ସସ୍ମିତା ରାଉତ ବଡନାଉପୁଟ ଗ୍ରାମପଞ୍ଚାୟତ ପଞ୍ଚାୟତ ସ୍ତରୀୟ ସଂଘ ର  ସଭାପତି ରହିଛନ୍ତି।ସେହିପରି ପୂର୍ବତନ ତିଗିରିଆ ବ୍ଲକ ଅଧ୍ୟକ୍ଷା ରୂପା ଦଳେଇ ଗଦାଧରପୁର ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଥିଲା ସମୟରୁ ସେହି ପଞ୍ଚାୟତ ର ଜିପିଆରଏଲ ଏଫ୍ ସଭାପତି ଓ ଭୋଗଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶର୍ମିଲା ନାୟକ ମଧ୍ୟ ନିଜ ପଞ୍ଚାୟତର ସଭାପତି ରହିଛନ୍ତି।ଏହାଦ୍ବାରା ପିଆରଡିଡବଲିଇଉ ନିୟମ ର ଉଲଂଘନ କରାଯାଇଛିା ।ଏହି ପଦରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ମାନେ ରହି ପରିବେନାହିଁ ଵୋଲି। ସରକାର ଗାଇଡ ଲାଇନ ଜାରି କରିଛନ୍ତି।ଏଥିପାଇଁ କୌଣସି ବିଧିବଦ୍ଧ ଚୟନ ପକ୍ରିୟା ଯେପରି କି ଲିଖିତ ଏବଂ ମୌଖିକ ପରୀକ୍ଷା ରେ ସେମାନଙ୍କୁ ସାମିଲ କରାଯାଇ ନାହିଁ। ।ସେହିପରି ପ୍ରାଣୀ ମିତ୍ର,କୃଷୀମିତ୍ର,ଏମ୍ବିକେ,ସିଆର୍ପି, ବ୍ୟାଙ୍କ୍ ମିତ୍ର ଚୟନ ସମୟରେ କୌଣସି ବିଜ୍ଞପ୍ତି ପ୍ରକାଶ ନକରି ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି।ଏହି ବେଆଇନ କାର୍ଯ୍ୟରେ ତିଗିରିଆ ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ତ ରହିଥିବା ଅଭିଯୋଗ ହୋଇଛି।ତିଗିରିଆ ବ୍ଲକ ରେ ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିଲେ ତଥ୍ୟ ନାହିଁ କହି ତଥ୍ୟ ଦିଆଯାଉନାହିଁ।ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡ଼ିକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି।ଏହାର ପ୍ରତିବାଦ ରେ ମାର୍ଚ୍ଚ ତିନି ତାରିଖରେ ତିଗିରିଆ ବ୍ଲକ ଘେରାଉ ଓ ପାଞ୍ଚଗାଁ ଠାରେ ୬୫ନମ୍ୱର ରାଜ୍ୟ ରାଜପଥ କୁ ଘେରାଉ କରାଯିବ ବୋଲି ଯୁବ ସଂଗଠକ ଅଭୟ ବାରିକ ଆଜି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

Govt
Leave A Reply