ନୂଆଦିଲ୍ଲୀ : ବିହାର ର ବୈଶାଳୀ ଜିଲ୍ଲାରେ ଗୋଟିଏ ଅଦ୍ଭୁତ ଘଟଣା ଘଟି ଯାଇଛି l ମିଳିଥିବା ସୂଚନା ଅନୁସାରେ ମାମଲାଟି ହେଉଛି ଭଗବାନପୁର ପ୍ରଖଣ୍ଡର l ଯେଉଁଠାରେ ଦାଦା ପୁଅ ଓ ବଡବାପା ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା ଓ ଉଭୟ ମନ୍ଦିରରେ ବିବାହ କରିଥିଲେ l କିନ୍ତୁ ଯେତେବେଳେ ଏହି ବିବାହ ବିଷୟରେ ଗ୍ରାମବାସୀ ଜାଣିବାକୁ ପାଇଲେ ଉଭୟଙ୍କ ଘରେ ଭିଡ଼ ଦେଖିବାକୁ ମିଳିଥିଲା l ଏହି ବିବାହ ପରେ ଉଭୟ ପରିବାର ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା l
ଉଭୟ ପୁଅ ଓ ଝିଅ ସମ୍ପର୍କରେ ଦାଦାପୁଅ ଓ ବଡବାପା ଝିଅ ଥିଲେ l ତେଣୁ ଉଭୟଙ୍କ ସମ୍ପର୍କ ରେ କାହାର ସନ୍ଦେହ ନଥିଲା l ଗତ ବୁଧବାର ଦିନ ଉଭୟଙ୍କର ବିବାହ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l ଏହାପରେ ପୁଅଟି ଝିଅକୁ ନେଇ ନିଜ ଘରେ ପହଂଚି ଥିଲା ଏବଂ ପୁଅର ମାତାପିତା ଉଭୟଙ୍କୁ ରଖିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ l ଶୁଣିବାକୁ ମିଳିଛି ଯେ ପୁଅଟି ନିଜର ବିବାହ ଭିଡିଓ ଜଣେ ସାଙ୍ଗ ଦ୍ୱାରା କରାଇଥିଲା ଏବଂ ନିଜେ ହିଁ ତାହାକୁ ଭାଇରଲ କରାଇ ଥିଲା l
ଯେତେବେଳେ ଗାଁ ଲୋକ ଜାଣିବାକୁ ପାଇଲେ ଉତେଜନା ଦେଖା ଦେଇଥିଲା l ପରେ ଘଟଣା ସମ୍ପର୍କ ରେ ଜଣା ପଡିଲା ଯେ ଉଭୟଙ୍କ ମଧ୍ୟରେ ଗତ ୩ବର୍ଷ ହେଲାଣି ଶାରୀରିକ ସମ୍ପର୍କ ରହିଥିଲା ଓ ଏହାଦ୍ୱାରା ଝିଅଟି ଗର୍ଭବତୀ ହୋଇ ଯାଇଥିଲା l ବର୍ତମାନ ଝିଅଟି ୩ମାସ ର ଗର୍ଭବତୀ ଅଛି l କିନ୍ତୁ ଏହି ସମସ୍ତ ଘଟଣା ବିଷୟରେ ପରିବାର ସଦସ୍ୟ କିଛି ବି ସୂଚନା ପାଇ ନଥିଲେ l ଝିଅର ମାତାପିତା ଏହି ଘଟଣାକୁ ନେଇ ଚିନ୍ତିତ ଅଛନ୍ତି l ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହୋଇଛି l