Odisha news

ଅସ୍ତରଙ୍ଗ ତହିସିଲ ଅଧିନରେ ଥିବା ୧୫ ଗୋଟି ପଂଚାୟତର ବିଦେଶରୁ ଆସିଥିବା ୬ଜଣ ଓ ବାହାର ରାଜ୍ୟରୁ ଆସିଥିବା ୧୫୦ଜଣ ବିଷୟରେ ତଥ୍ୟ ସଂଗ୍ରହ

0

ଅସ୍ତରଙ୍ଗ ୨୪ /୦୩ : ଅସ୍ତରଙ୍ଗ ତହିସିଲ ଅଧିନରେ ଥିବା ୧୫ ଗୋଟି ପଂଚାୟତର ଯେଉଁ ବ୍ୟକ୍ତି ମାନେ ଯାଇ, ରାଜ୍ୟ ବାହାରେ ଓ ଦେଶ ବାହାରେ ରହୁଥିଲେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ଟିମ୍ ବିଭିନ୍ନ ବ୍ୟକ୍ତିଙ୍କ ଘରକୁ ଯାଇ ର‌୍ୟାପିଡ୍ ଆକ୍ସନ ଟିମ୍ ଦ୍ୱାରା ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଅଛି ।
ରାଜ୍ୟ ସରକାର ଙ୍କ ପକ୍ଷରୁ ମହାମାରୀ କରୋନାର ଭୟାବହତାକୁ ରୋକିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଯେଉଁ ବ୍ୟକ୍ତି ମାନେ ଅନ୍ୟ ରାଜ୍ୟରୁ ଓ ବିଦେଶରୁ ଫେରୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ର‌୍ୟାପିଡ୍ ରେଷ୍ପନ୍ସ ଟିମ୍ ଜିଲ୍ଲା ପ୍ରାଶାସନ ତରଫରୁ ଗଠନ କରାଯାଇଅଛି । ଏହି ଟିମ୍‌ରେ ୮ଜଣ ବିଭିନ୍ନ ପ୍ରକାରର ପ୍ରଶାସନିକ ଅଧିକାରୀ ଥିବା ବେଳେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅତିରକ୍ତ ଚିକିତ୍ସ୍ୟା ଅଧିକାରୀ ଡ. ସଂଜୟ କୁମାର ପ୍ରଧାନ ଏହାର ମୂଖ୍ୟ ରହିଛନ୍ତି ।

ସେହି ଅନୁଯାଇ ବିଦେଶରୁ ଯେଉର୍ ୬ଜଣ ଆସିଛନ୍ତି ସେମାନେ ହେଲେ ଅନନ୍ତା ଗ୍ରାମର ଆଶୀଷ ସ୍ୱାଇଁ (ସାଉଦିଆରବ), ନଗର ଗ୍ରାମର ସୁଜିତ୍ ବାରିକ(ଆବୁଧାବି), ବଳଭଦ୍ରପୁର ଗ୍ରାମର ଚକ୍ରଧର କାଣ୍ଡି( ସାଉଥ ଆଫ୍ରିକା, ସୁଦାନ, ରାଇବେରୁଆଁ ଗ୍ରାମର ଦୋଳ ଗୋବିନ୍ଦ କାଣ୍ଡି (ବଙ୍ଗାଳାଦେଶ, ଢ଼ାକା), ଅନନ୍ତା ଗ୍ରାମର ବିଦୁର ନାୟକ (ଇରାନ)କୁ ହୋମ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ଥାଳେ ରାଜ୍ୟ ବାହାରୁ ଆସିଥିବା ୧୫୦ ରୁ ଅଧିକ ବ୍ୟକ୍ତିଙ୍କୁ ସେହିପରି ଭାବେ ହୋମ ଆଇସୋଲେସନ୍‌ରେ ରଖାଯାଇ ରେସ୍‌ସ୍ପନ୍‌ସ ଟିମ୍ ତରଫରୁ ପ୍ରତିଦିନ ସେମାନଙ୍କୁ ଗ୍ରାମରେ ଥିବା ମେଡିକାଲ ୱାର୍କର ଆଶା, ଅଙ୍ଗନୱାର୍ଡି କର୍ମୀଙ୍କୁ ଧରି ସ୍ୱାସ୍ଥ୍ୟ ପରିକ୍ଷା କରାଯାଉଅଛି ।

ଏ ସଂପର୍କରେ ଅଦ୍ୟାବଧି ଏମାନଙ୍କର ଶରିରରେ କୈାଣସି ରୋଗ ଅଥବା କରୋନା ଭୂତାଣୁର କୈଣସି ଲକ୍ଷଣ ଜଣାପଡିନଥିବା ବେଳେ ଆଗାମୀ ଦିନରେ ଯଦି କୈାଣସି କରୋନା ଭୂତାଣୁର ଲକ୍ଷଣ ଥିବା ବ୍ୟକ୍ତି ବାହାରୁ ଫେରନ୍ତି ସେମାନଙ୍କ ବିଷୟରେ ତଥ୍ୟ ଦେବାପାଇଁ ମଧ୍ୟ ମେଡିକାଲ ମୂଖ୍ୟ ଚିକିତ୍ସା ଅଧିକାରୀ ଜଣାଇଛନ୍ତି ।

ଅପରପକ୍ଷରେ ମଙ୍ଗଳବାର ଅସ୍ତରଙ୍ଗର ସପ୍ତାହିକ ହାଟ ବସିବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନର ତାଲ ବନ୍ଦ ଯୋଗୁଁ , ଅସ୍ତରଙ୍ଗ ବଜାର ଶୁନ୍ ଶାନ ହୋଇଯାଇଅଛି । ଯେଉଁ କେତକ ଅତ୍ୟାବଶ୍ୟକ ଦୋକାନ ଖୋଲା ଥିଲା ମହାମାରୀକୁ ଆଖି ଆଗରେ ରଖି ପ୍ରଶାସନ ତଥା ବିଡିଓ ଡ. ବେବିତା ମଞ୍ଜରି ନାୟକ, ତହସିଲଦାର ରାଜଲକ୍ଷ୍ମୀ ନାୟକ, ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ଥାନା ଅଧିକାରୀ ଶରତ କୁମାର ନାୟକ, ଅସ୍ତରଙ୍ଗ ସରପଂଚ ପ୍ରତିନିଧି ପ୍ରକାଶ ପ୍ରଧାନ ପ୍ରମୁଖ ଜନସାଧାରଣ ଙ୍କୁ ବଜାର ଓ ଛକ ଜାଗା ମାନଙ୍କରେ ନରହି ନିଜ ଘରେ ରହିବା ନେଇ ଡାକବାଜି ଯନ୍ତ୍ର ଦ୍ୱାରା ନିବେଦନ କରିଛନ୍ତି ।

ମଙ୍ଗଳବାର ଦିନ ମଧ୍ୟ ୧୫ ଗୋଟି ପଂଚାୟତରେ ୪ ମାସ ପାଇଁ ଭର୍ତ୍ତା ଦିଆଯାଉଥିବା ସ୍ଥଳେ ଛୁରିଆନା ପଂଚାୟତର ବଳଭଦ୍ରପୁର ଗ୍ରାମର ସରପଂଚ ବିଦୁଲତା ବିଶ୍ୱାଳ ଓ କାର୍ଯ୍ୟନିର୍ବାହି ଅଧିକାରୀ ଅଜୟ କୁମାର ନାୟକ ପ୍ରଥମ ଭର୍ତ୍ତା ପ୍ରଦାନ କରିଛନ୍ତି ।

Leave A Reply