Odisha news

ସମୁଦ୍ର ତଟରେ ରାଧୁ ସ୍ବାଇଁଙ୍କ ମର ଶରୀର,,

0
  ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିତ୍ନ ଗୁଣ୍ଡଳବା  ଗ୍ରାମ ର ପୂର୍ବ ପଟ ସମୁଦ୍ର ବେଳାଭୂମିରେ    ଜଣେ ବ୍ୟକ୍ତି ର ମୂର୍ତ୍ତ ଶରୀର ଲାଗିଥିବା ଦେଖିବାକୁ ମିଳିଥିଲା । ମୂର୍ତକ ଜଣକ ହେଲେ,ନିକଟ ଆଇଁଶିଣିଆ ଗ୍ରାମର ରାଧୁ ସ୍ବାଇଁ । ସେ ,ମଙ୍ଗଳବାର ରାତ୍ର ଆଠ  ଘଟିକା ସମୟ ରେ ତାଙ୍କ ଘରେ ଚା ଖାଇ କୁରାଢି  ଧରି ନିକଟ ଜଙ୍ଗଲକୁ ଯାଇଥିଲେ କାଠ ଆଣିବା ପାଇଁ । ହେଲେ,ରାତି ପାହିଲା ରାଧୁ ନ ଫେରିବାରୁ ମନରେ ସନ୍ଧେହ ଜାତ ହେଲା ପରେ , ପରିବାର କୌଣସି ସୂତ୍ରରୁ ଖବର ପାଇଲେ ଜେ, ରାଧୁକୁ କେହି ମାରି ଦେଇ ସମୁଦ୍ର ବେଳାଭୂମିରେ ପକାଇ ଦେଇ ଅଛି ।  ପରିବାର ଲୋକ ସମୁଦ୍ର ବେଳାଭୂମି  ରେ ପଡ଼ିଥିବା ମୃତକ ନିକଟରେ ପହଞ୍ଚି ଦେଖିଲେ ଜେ,ରାଧୁ ଦେହର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ରହି ଥିବା ବେଳେ, କାନ ମୁଣ୍ଡା ,ବେକ  ଆଖି, ହାତ ମୁଣ୍ଡ ରୁ ପ୍ରବଳ ରକ୍ତ ସ୍ରାବ ହେଉ ଥିବାର ଦେଖିବାକୁ ମିଳିଥିଲା ଓ  । ମୃତକ ର ସାନ ଭାଇ ମଧୁ ସ୍ବାଇଁ,ଏହି ସମ୍ବଧରେ ଅସ୍ତରଙ୍ଗ ଥାନାକୁ ଜଣାଇବା ଓ ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ,ଅସ୍ତରଙ୍ଗ ଥାନା ଆଇ ଆଇ ସି,ରାଜେଶ କୁମାର ବଳିଆରସିଂ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ,ନିମାପଡା ସବ୍ ଡିଭିଜନାଲ ପୋଲିସ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ସହ ପୁରୀ ରୁ ଶାଇଁଟି ଫିକି  ଦଳ ପହଞ୍ଚି ଘଟଣା  ତନାଘନା  କରିଥିବା ଦେଖିବାକୁ ମିଳିଅଛି । ମୃତକ ଜଣେ ସାଧାରଣ ଲୋକ ସହ,ଦୈନିକ ମଜୁରି ଲାଗି ପରିବାର ଭରଣ ପୋଷଣ କରୁଥିବାରୁ ,ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ, ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ବିଧାନ ପାଇଁ  ଜନ ସାଧାରଣ  ଙ୍କ ପକ୍ଷରୁ ଦାବି ହେଉଛି ।
ବୁଧବାର ସନ୍ଧ୍ୟା ରେ, ମୂର୍ତ୍ତକ ଙ୍କ ନିଜ ଗ୍ରାମ  ରୁ ଶତାଧିକ ପୁରୁଷ ଓ ମହିଳା ଅସ୍ତରଙ୍ଗ ଥାନାରେ ପହଞ୍ଚି  ମର୍ଡର ଆସାମୀକୁ ଶୀଘ୍ର  ଧରାଜିବା ସହ ପରିବାରଙ୍କୁ  ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରି ଛନ୍ତି ।
Nalco
Leave A Reply