ବିଶେଷ ଭାବରେ ଗର୍ମ ଦିନ ସରିବା ଓ ବର୍ଷାର ଆଗମନ ସମୟ ରେ ଏଲର୍ଜୀ ସୃଷ୍ଟି ହୋଇ ଅଧିକ ଅସ୍ଥାମା ସମସ୍ୟା ସୃଷ୍ଟି ହୋଇଥାଏ l ଯାହାକି ପ୍ରାଣ ଘାତକ ଅନେକ ସମୟ ରେ ହୋଇଥାଏ, ଏହାର ବିଶେଷ କାରଣ ଗୁଡିକ ହେଲା :-
* ଜଳବାୟୁ ରେ ଆର୍ଦ୍ରତା
* ବର୍ଷା କାରଣରୁ ପେଟ ଜନିତ ବିଭିନ୍ନ ସମସ୍ୟା
* ବିଶେଷ ଭାବରେ ଗ୍ୟାସ ସମସ୍ୟା
* ଖାଦ୍ୟ ଅଧିକ ଖାଇବା
* ଏବଂ କିଛିଟା ବିଶେଷ ଖାଦ୍ୟ ଦ୍ୱାରା ଏଲର୍ଜୀ ସୃଷ୍ଟି ହୋଇଥାଏ
ଆସ୍ଥମା ର ଲକ୍ଷଣ –
– ଅନେକ ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ହୋଇଥାଏ l
– ଛାତିରେ କଫ ଦୀର୍ଘ ଦିନ ଧରି ରହିଥାଏ l
– ଲଗାତାର ଭାବରେ କାଶ ଲାଗି ରହିଥାଏ l
– ଆସ୍ଥମା ବା ଶ୍ୱାସ ଗୋଟିଏ କମ୍ୟୁନିକେବଲ ଡିଜିଜ ଅଟେ l
– ନଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l
– ୨୦୧୯ ର ଗୋଟିଏ ଅଧ୍ୟୟନ ଅନୁସାରେ ୨୬୨ ମିଲିୟନ୍ ଲୋକେ ଏହି ରୋଗରେ ପୀଡିତ ରହିଛନ୍ତି l
– ପ୍ରତିବର୍ଷ ଅନେକ ଲୋକଙ୍କ ର ଆସ୍ଥମା ଆଟାକ ଦ୍ୱାରା ମୃତ୍ୟୁ ମଧ୍ୟ ହୋଇଥାଏ l
ଏହିସବୁ ଠାରୁ ଦୂରେଇ ରହିବା ଉଚିତ :-
– ଯଦି ଆପଣ ଜଣେ ଆସ୍ଥମା ରୋଗୀ ତେବେ ଧୂଆଁ ଓ ପ୍ରଦୂଷଣ ଠାରୁ ଦୂରେଇ ରୁହନ୍ତୁ l
– ଏହାଛଡା ଆସ୍ଥମା ରୋଗୀ ମାନେ ଜୀବଜନ୍ତୁ ଙ୍କ ସଂସ୍ପର୍ଶ ରେ ମଧ୍ୟ ନଆସିବା ଉଚିତ l କାହିଁକି ନା ସେମାନଙ୍କ ନିକଟରୁ ଆସୁଥିବା ବିଭିନ୍ନ ଦୁର୍ଗନ୍ଧ କାରଣରୁ ଏହି ସମସ୍ୟା ଅଧିକ ତୀବ୍ର ହୋଇଥାଏ l
– ଆସ୍ଥମା ରୋଗୀ ମାନେ ସର୍ବଦା ନିଜ ପାଖରେ ଇନ – ହଲର ରଖିବା ଉଚିତ l
– କାହିଁକି ନା ଇନ – ହଲର ଆମକୁ ଆରାମ ଦେଇଥାଏ l ଏହାଛଡା ଏହା ଶ୍ୱାସ ନଳି ର ଫୁଲାକୁ କମାଇ ଥାଏ l
– ଆସ୍ଥମା ବା ଶ୍ୱାସ ରୋଗ କୁ ନିଶା ସେବନ ଅଧିକ ପ୍ରଶ୍ରୟ ଦେଇଥାଏ , ତେଣୁ ଏହିଭଳି ଜିନିଷ ଠାରୁ ଦୂରେଇ ରହିବା ଉଚିତ l
– ଆସ୍ଥମା ରୋଗୀ ମାନଙ୍କ ର ସମସ୍ୟା କୁ ଅଧିକ ସକ୍ରିୟ କରିଥାଏ ଆମିଷ ଭୋଜନ , ତେଣୁ ଆମିଷ ଭୋଜନ ଠାରୁ ଦୂରେଇ ରୁହନ୍ତୁ l