ଆସିକା : ଆସିକା ଥାନା ହରିଡା ପଦର ଗ୍ରାମ ନିକଟସ୍ଥ ଭେଙ୍କଟ ରାଈ ପଲ୍ଲୀ ଗ୍ରାମ ମୁକ୍ତେଶ୍ଵର ମନ୍ଦିର ବେଢ଼ା ନିକଟରେ ୧୬ ଅଗଷ୍ଟ ୨୦୨୦ ତାରିଖ ସକାଳୁ ସଂଗଠିତ ୪୨ ବର୍ଷୀୟ ମହିଳା ରଂଜି ନାହାକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମୋଚିରାମ ନାହାକ କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ଏହି ମାମଲା ର ବିଚାରଣା ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ୧୪ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ଆଜି ଅଭିଯୁକ୍ତ ମୋଚିରାମ ନାହାକ କୁ ଆଜୀବନ କାରାଦଣ୍ଡାଦେଶ ୫ ହଜାର ଟଙ୍କା ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡ ଶୁଣାଇଛନ୍ତି। ଘଟଣା ଦିନ ସଂକ୍ରାନ୍ତି ହୋଇଥିବାରୁ ରଂଜି ଅତି ସକାଳୁ ପୂଜାର୍ଚ୍ଚନା ସାରି ଶିବ ମନ୍ଦିର ରୁ ଫେରୁଥିଲା। ମୋଚିରାମ ଉକ୍ତ ମନ୍ଦିରରେ ଝାଡୁ କାର୍ଯ୍ୟ ରେ ନିୟୋଜିତ ରହିଥିବା ବେଳେ ଭଇବୋହୁ ରଂଜି କୁ ଏକୁଟିଆ ଦେଖି ପଛ ପଟୁ ଅତର୍କିତ ଭାବେ ଏକ ଲୁହା ରଡ଼ ରେ ଶକ୍ତ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିବା ପରେ ଘଟଣା ସ୍ଥଳ ରୁ ଚଂପଟ ମାରିଥିଲା ମୋଚିରାମ୍। ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସୁଦାମ ମନ୍ଦିର ନିକଟକୁ ଗଲା ବେଳକୁ ସ୍ତ୍ରୀ ର ମୃତ୍ୟୁ ହୋଇ ସାରିଥିବା ବେଳେ ଅଭିଯୁକ୍ତ ବଡ଼ ଭାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏଥି ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲା ସୁଦାମ। ପୋଲିସ କେଶ ନମ୍ବର-୪୧୩/୨୦ ରେ ହତ୍ୟା ମାମଲା ରୁଜୁ କରିବା ସହ ମୃତକ ର ଶବ ବ୍ୟବଚ୍ଛେଦ କରାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ତଦନ୍ତ ଜାରୀ ରଖିଥିଲା। ଅଭିଯୁକ୍ତ ମୋଚିରାମ କୁ ତାର ଝିଅ ର ଗ୍ରାମ ପୋଲୋସର ନିକଟ ରୁ ଗିରଫ କରିବା ପରେ ପୋଲିସ ହତ୍ୟା ଘଟଣା ରେ ବ୍ୟବହୃତ ଲୁହା ରଡ଼ କୁ ଜବତ କରିବା ରେ ସକ୍ଷମ ହୋଇଥିଲା। ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ସୁଧାଂଶୁ ପଣ୍ଡା ଓ ସୂର୍ଯ୍ୟ ପ୍ରକାଶ ରାଓ ଏହି ମାମଲା ପରିଚାଳନା କରିଥିଲେ।