Odisha news

ଆସିକା ରେ କରୋନା ସଂକ୍ରମିତ ଙ୍କ ଚିକିତ୍ସା ଆରମ୍ଭ : ଡେଡିକେଟେଡ କୋଭିଡ କେଆର ସେଣ୍ଟର ଉଦଘାଟିତ

0

ଆସିକା : କରୋନା ସଂକ୍ରମିତ ଙ୍କ ଚିକିତ୍ସା ନିମନ୍ତେ  ଆସିକା ଠାରେ ୧୫୦ ଶଯ୍ୟା  ବିଶିଷ୍ଟ ଡେଡିକେଟେଡ କୋଭିଡ କେଆର ସେଣ୍ଟର (ଡି ସି ସି) ର ଉଦଘାଟନ କରଯାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପରିଚାଳିତ   ବାବାନପୁର ଆଞ୍ଚଳିକ କୁଷ୍ଠ ତାଲିମ କେନ୍ଦ୍ର ର ନବନିର୍ମିତ କୋଠା ଗୃହ ରେ ଏହାକୁ  ମଙ୍ଗଳବାର ମଧ୍ୟାର୍ଣ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଆମ୍ବୃତ କୁଲାଙ୍ଗେ ଙ୍କ ଉପସ୍ଥିତି ରେ  ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଊର୍ଣ୍ଣ ନୟନ ସଂସ୍ଥା ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇଁ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଆସିକା ଦାୟିତ୍ଵ ରେ ଥିବା ସ୍ୱତନ୍ତ୍ର ଏଡିଏମ୍ ବିଶାଳ ସିଂହ, ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ସଦାନନ୍ଦ ସେଠି, ବି ଡ଼ି ଓ ରୋଶନ ଶତପଥୀ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ  ଜିତେନ୍ଦ୍ରିୟ ଦାସ,  ଡି ସି ସି ର ନୋଡାଲ ଚିକିତ୍ସା ଅଧିକାରୀ ଡାକ୍ତର ସତିଶ ଚନ୍ଦ୍ର ପାତ୍ର ବ୍ଲକ୍ ପ୍ରୋଗ୍ରାମ ମେନେଜର ସାଗରିକା ମିଶ୍ର ଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ନିମନ୍ତେ ବାଲିଶିରା ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀପାତ୍ର ଙ୍କୁ ନୋଡାଲ ଚିକିତ୍ସା ଅଧିକାରୀ ଓ ବି ଡି ଓ ଶ୍ରୀ ଶତପଥୀଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ମନୋନୀତ କରାଯାଇଥିବାବେଳେ ଛଅ ଡାକ୍ତର, ୮ ସ୍ବାସ୍ଥ୍ୟ ସହାୟକ ଓ ଅନ୍ୟ ଆବଶ୍ୟକୀୟ କର୍ମଚାରୀ ମାନଙ୍କୁ ମଧ୍ୟ ଚୟନ କରାଯାଇଛି।୫୦ ଅକ୍ସିଜେନ ଶଯ୍ୟା ଓ ସାଧାରଣ ୧୦୦ ଶଯ୍ୟା ସହ ୧୫୦  ଆକ୍ରାନ୍ତ ଙ୍କୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

ଗଞ୍ଜାମଜିଲ୍ଲା ରେ କରୋନା ପଜିଟିଭ୍ ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢୁ ଥିବା ଓ ସେମାନଙ୍କ ଚିକିତ୍ସା ନିମନ୍ତେ ଆସିକା ଠାରେ ସରକାର ଙ୍କ ଏହି କେନ୍ଦ୍ର ସ୍ଥାପନ କୁ ସାଧାରଣ ରେ ସ୍ଵାଗତ କରାଯାଇଛି।

Leave A Reply