ଏରସମା-୨୨/୦୯ : ମହାମାରି କରୋନାରେ ଜୀବନ ଜୀବିକା ବନ୍ଦ ହୋଇ ପଡିଥିବାବେଳେ କେତେକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ସୂଧ ଆଦାୟ ବନ୍ଦକରିନାହାନ୍ତି । ମହିଳାମାନଙ୍କ ଠାରୁ ସୁଧପାଇଁ ଜିଦ ଧରୁଛନ୍ତି । ଏଭଳି ଘଟଣା ଦେଖାଦେଇଛି ଏରସମା ବ୍ଲକ ଅନ୍ତର୍ଗତ ନାରଦିଆପ ଂଚାୟତର ଗୋବିନ୍ଦପୁର ଗ୍ରାମରେ ।
ଗ୍ରାମର ପୁଷ୍ପଲତା ପଣ୍ଡା ପ୍ରଭାସିନି ପଣ୍ଡା ,ସୂଚିତ୍ରା ପଣ୍ଡା ,ପୂର୍ନିମା ଆଚାର୍ଯ୍ୟ, କଲ୍ୟାଣି ଦାସ , ସସ୍ମିତା ମହାରଣା ,କଳ୍ପନା ପାଳ, ମମତାରାଣି ମହାପାତ୍ର ଫୁ୍ୟଜନ ମାଇକ୍ରୋଫାଇନାନ୍ସ ଠାରୁ ଋଣ ଆଣିଥିଲେ । ମାତ୍ର ନିଜର ଛୋଟ ବ୍ୟବସାୟ କରୋନାରେ କ୍ଷତିଘଟିଥିବାରୁ ସୁଧ ସହ ମୂଳ ଆଦାୟକୁ ଆଉ କିଛିମାସ ଗଡେଇଦେବାପାଇଁ କହିଛନ୍ତି ।
ମାତ୍ର ଏଜେଂଟ ଏହାକୁ ନମାନି ସୂଧ ସହ ମୂଳ ଆଦାୟ ପାଇଂ କହୁଛନ୍ତି । ତୁରନ୍ତ ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାପାଇଁ ମହିଳାମାନେ ଅନୁରୋଧକରିଛନ୍ତି ।