Odisha news

ଆପେଲ ସଂସ୍ଥାପକ କାହିଁକି ନିଜେ ପିନ୍ଧନ୍ତି ନାହିଁ ଘଡି

0

ଆପେଲ କମ୍ପାନୀ ର ସଂସ୍ଥାପକ ଷ୍ଟିବ ଜବ୍ସ୍ ଟେକ୍ନୋଲୋଜି ଦୁନିଆରେ ନୁଆ ଇତିହାସ ରଚନା କରିଛନ୍ତି l ଆପେଲ ସ୍ମାର୍ଟ ଫୋନ ସହିତ ସ୍ମାର୍ଟ ୱାଚ ମଧ୍ୟ ତିଆରି କରି ବଶ୍ୱରେ ଇତିହାସ ରଚିଛି l ଆପେଲ ର ସ୍ମାର୍ଟ ୱାଚ ନିଜର ଷ୍ଟାଇଲ ପାଇଁ ଲୋକ ଙ୍କ ନିକଟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି l

କିନ୍ତୁ ଆପେଲ ଘଡି ପ୍ରସ୍ତୁତ କରିଥିବା କମ୍ପାନୀ ମାଲିକ ନିଜେ କିନ୍ତୁ ୱାଚ ପିନ୍ଧନ୍ତି ନାହିଁ l ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l ଏହି କଥା ନିକଟରେ ଜଣା ପଡିଛି l ଷ୍ଟିବ ଜବ୍ସ ଙ୍କ ଝିଅ ନିକଟରେ ତାଙ୍କୁ ଏହି ବିଷୟରେ ପଚାରି ଥିଲେ l ଏହାର ଗୋଟିଏ ସୁନ୍ଦର ଉତ୍ତର ରଖିଥିଲେ ଷ୍ଟିବ l ସେ କହିଥିଲେ ଯେ ” ମୁଁ ନିଜକୁ ସମୟ ନିକଟରେ ନିଜକୁ ବାନ୍ଧି ରଖିବାକୁ ଚାହେଁ ନାହିଁ l କାହିଁକି ନା ଯଦି ମୁଁ ହାତରେ ଘଡି ପିନ୍ଧିବି ତେବେ ସମୟ କୁ ଦେଖି ଦେଖି ସମୟ ନିକଟରେ ବାନ୍ଧି ହୋଇଯିବି l ” ଷ୍ଟିବ ଙ୍କ ମତରେ ହାତରେ ଘଡି ପିନ୍ଧିବା ଦ୍ୱାରା ପ୍ରତ୍ୟେକ ସେକେଣ୍ଡ , ପ୍ରତ୍ୟେକ ମିନିଟ ଓ ଘଣ୍ଟା କୁ ନିରନ୍ତର ମନେ ପକାଇ ଦେଇଥାଏ ଓ ଜୀବନ ର ସଂକ୍ଷିପ୍ତତା ମଧ୍ୟ ମନେ ପକାଇ ଦେଇଥାଏ l ଆପେଲ ୱାଚ ସାରା ବିଶ୍ୱରେ ଖୁବ ଆଦୃତ ହୋଇଛି l

Leave A Reply