Odisha news

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରେଳ ଫାଟକ ସ୍ଥାନ ଅନୁଧ୍ୟାନ

0

ନିରାକାରପୁର, ୧୧/୦୪:ଖୋର୍ଦ୍ଧା ଜିଲ୍ଲା ଧଉଳିମୂହଁ ଷ୍ଟେସନ ନିକଟବର୍ତ୍ତୀ ମଧୁପୁର ଠାରେ ଥିବା ରେଳ ବିଭାଗ ପକ୍ଷରୁ ପ୍ରସ୍ତାବିତ ଉଚ୍ଛେଦ ରେଳଫାଟକ ( LC-210) ସ୍ଥାନକୁ ଯାଇ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଭିନ୍ନ ଦିଗରୁ ନିରୀକ୍ଷଣ କଲା ପରେ ଆୟୋଜିତ ବୈଠକରେ ଅଞ୍ଚଳବାସିଙ୍କ ପକ୍ଷରୁ ଅବସରପ୍ରାପ୍ତ ସେନା ଅଧିକାରି ରାଜକିଶୋର ଜେନା ଓ ସମାଜସେବି ସୌମ୍ୟ ରଂଜନ ହରିଚନ୍ଦନ ରେଳ ଫାଟକର ସ୍ଥାୟୀତ୍ବ ଓ କୋଭିଡ କଟକଣା ପାଇଁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ପଲାସାରୁ କଟକ ମଧ୍ୟରେ ବାତିଲ ହୋଇଥିବ ସମସ୍ତ ଦୈନିକ ପାସେଞ୍ଜର ଟ୍ରେନକୁ ପୂର୍ବଭଳି ଚଳଚଳ ପାଇଁ ସାଂସଦଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ l

ଶ୍ରୀମତି ଷଡଙ୍ଗୀ ସେଠାର ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀ ଓ ମହିଳମାନଙ୍କ ଠାରୁ ପ୍ରତ୍ୟେକ୍ଷ ଭାବେ ଅନ୍ୟାନ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ଶେଷରେ ରେଳ ଫାଟକର ସ୍ଥାୟୀତ୍ବ ଓ ପାସେଞ୍ଜର ଟ୍ରେନ ଯଥା ଶୀଘ୍ର ପୁନଃ ଚଳାଚଳ କରିବା ପାଇଁ ରେଳବିଭାଗ ସହିତ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ lସାଂସଦଙ୍କ ସହିତ ଭାଜପାର ପ୍ରତିନିଧି ମଣ୍ଡଳୀରେ ଖୋର୍ଦ୍ଧାର ବିଧାୟକ ପାର୍ଥୀ କାଳୁ ଖଣ୍ଡାଇତରାୟ, ଜିଲ୍ଲା ସଭାପତି ରସ୍ମି ମହାପାତ୍ର, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ଜଟଣୀ ର ବିଧାୟକ ପାର୍ଥୀ ବିଶ୍ବରଂଜନ ବଡ଼ଜେନା, ଯୁବନେତା ପ୍ରଦୋଷ ଜେନା, ଜିଲ୍ଲାର ବରିଷ୍ଠ ନେତା କେଳୁ ଜଗଦେବ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଥିଲେ l

Leave A Reply