Odisha news

କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌ ବିଜେପିରେ ଯୋଗ ଦେଲେ

0

ମୁମ୍ବାଇ: ନିଜର ରାଜ‌େନୈତିକ ଯାତ୍ରା ଆରମ୍ଭ କଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌। ସେ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍‌ ହୋଇଛନ୍ତି। ଆଜି ପୂର୍ବାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି  ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ଦଳରେ ମିଶିଛନ୍ତି। ନିର୍ବାଚନ ଆୟୋଗ ଆଜି ହିଁ ଲୋକସଭା ନିର୍ବାଚନ ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିବାକୁ ଥିବା ବେଳେ ବିଜେପିରେ ଯୋଗ ଦେଇ ଲୋକଙ୍କୁ ଚକିତ କରାଇ ଦେଇଛନ୍ତି ଅନୁରାଧା।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, ‘‘ମୋତେ ଖୁସି ଲାଗୁଛି ଯେ ମୁଁ ଆଜି ଏପରି ଲୋକଙ୍କ ସହ ମିଶିଛି, ଯାହାଙ୍କର ସନାତନ ଧର୍ମ ସହ ଗମ୍ଭୀର ସଂପର୍କ। ମୁଁ ସିନେମା ଗୀତ ସହିତ ଭଜନ ବି ଗାଏ। ରାମଲଲାଙ୍କ ସ୍ଥାପନା ସମୟରେ ‌ମୋତେ ଗୀତ ଗାଇବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ଅନୁଭବ କରେ।’

ଆଜି ନିର୍ବାଚନ କମିସନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଅନୁରାଧାଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ ବିଜେପି।

ଆମେ ଜାଣନ୍ତି ଯେ ନବେ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ ସେ। ଏ‌ବେ ତାଙ୍କୁ ୬୯ ବର୍ଷ ବୟସ।  ସେ ୧୯୬୯ ମସିହାରେ ଅରୁଣ ପୌଡୱାଲ୍‌ଙ୍କୁ ବିବାହ କରିଥିଲେ। ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। କିଛି ବର୍ଷ ତଳେ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୧୯୯୧ ମସିହାରେ ଅରୁଣ ପୌଡୱାଲ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି।

Govt
Leave A Reply