ସାଇଲେଣ୍ଟ କିଲର ହେଉଛି ଆଣ୍ଟିବାୟୋଟିକ, ରିସର୍ଚ୍ଚ ରୁ ଖୁଲାସା ୨୦୫୦ ମଧ୍ୟରେ ମୃତ୍ୟୁ ମୁଖକୁ ଚାଲିଯିବେ ୪କୋଟି ଲୋକ l ଗବେଷଣା ଅନୁସାରେ ୨୦୫୦ ମସିହା ବେଳକୁ ଦୁନିଆରେ ପ୍ରାୟ ୪କୋଟି ଲୋକ ଆଣ୍ଟିବାୟୋଟିକ କାରଣରୁ ମୃତ୍ୟୁ ମୁଖକୁ ଯାଇ ସାରିଥିବେ l ଅର୍ଥାତ ବର୍ତମାନ ହେଉଥିବା ମୃତ୍ୟୁ ସଂଖ୍ୟା ବଦଳରେ ୭୦ ପ୍ରତିଶତ ଅଧିକ ବୃଦ୍ଧି ହୋଇଥିବ l ଏହାଦ୍ୱାରା କେବଳ ସାଉଥ ଏସିଆର ୧.୧୮ କୋଟି ଲୋକେ ପ୍ରାଣ ହରାଇବେ l ଯେଉଁଥିରେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଭୁଟାନ, ମାଳଦୀପ, ନେପାଳ ଓ ଶ୍ରୀଲଙ୍କା ଅନ୍ତର୍ଭୂକ୍ତ ରହିଛନ୍ତି l
ଆଣ୍ଟିବାୟୋଟିକ ରେଜିଷ୍ଷ୍ଟାନ୍ସ ଦ୍ୱାରା ମୃତ୍ୟୁ ର ବିପଦ କାହିଁକି –
ଗବେଷକ ଙ୍କ ମତରେ ଆଜିର ସମୟ ରେ ଆଣ୍ଟିବାୟୋଟିକସ ର ଅଧିକ ଓ ଭୁଲ ଭାବରେ ବ୍ୟବହାର ହେଉଛି l ଯାହାଦ୍ୱାରା ବ୍ୟାକ୍ଟେରିଆ ଉପରେ ଅଧିକ ପ୍ରଭାବ ପଡୁଛି ଏବଂ ସମୟ ସହିତ ବ୍ୟାକ୍ଟେରିଆ ମଧ୍ୟ ଅଧିକ ରେଜିଷ୍ଟାନ୍ସ ହୋଇ ଯାଉଛନ୍ତି l ଯଦି ଏଥିରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ସ ର ଠିକ ଭାବରେ ବ୍ୟବହାର କରିବା ଜରୁରୀ l
ଗବେଷଣାରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ –
ଏହା ଗ୍ଲୋବାଲ ରିସର୍ଚ୍ଚ ଅନ ଆଣ୍ଟିବାୟୋଟିକ୍ସ ର ଅଧୟନ ହେଉଛି ଦୁନିଆର ପ୍ରଥମ ଅଧ୍ୟୟନ ଯେଉଁଥିରେ ସାରା ବିଶ୍ୱ ସାମିଲ ହୋଇଛି l WHO ର ସୂଚନା ଅନୁସାରେ ଏହି ରେଜିଷ୍ଟାନ୍ସ ସାଧାରଣ ଇନଫେକ୍ସନ ଅସାଧାରଣ କରି ଦେଇ ଥାଏ l ଏହି ଅଧ୍ୟୟନ ରେ ବିଶ୍ୱର ସମସ୍ତ ଦେଶର ହସ୍ପିଟାଲ ର ଡେଥ ସାର୍ଟିଫିକେଟ କୁ ସାମିଲ କରାଯାଇ ଦେଖା ଯାଇଥିଲା l ଏବଂ ଏହି ଅଧୟନ ରେ ଜଣାପଡିଥିଲା ଯେ ୧୯୯୦ ଓ ୨୦୨୧ ମଧ୍ୟରେ ଆଣ୍ଟିମାଇକ୍ରୋଵିୟଲ ରେଜିଷ୍ଟାନ୍ସ ଦ୍ୱାରା ୧୦ ଲକ୍ଷ ରୁ ଅଧିକ ଲୋକ ଙ୍କର ମୃତ୍ୟୁ ହୋଇ ସାରିଛି l ଏହି ଅଧ୍ୟୟନ ଅନୁୟାରେ ପ୍ରତି ମିନିଟ ରେ ପ୍ରାୟ ୩ଜଣ ଲୋକଙ୍କର ମୃତ୍ୟୁ ହୋଇଥାଏ l
ଛୋଟ ପିଲାଙ୍କ ସହି ବୟସ୍କ ମାନେ ମଧ୍ୟ ହୋଇ ଥାଆନ୍ତି ପୀଡିତ –
ଗବେଷକ ଙ୍କ ମତରେ ଅତ୍ୟଧିକ ମାତ୍ରାରେ ଓ ଭୁଲ ଉପାୟରେ ଅଧିକ ଆଣ୍ଟିବାୟୋଟିକ୍ସ ସେବନ ଦ୍ୱାରା ଅଧିକ ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲା ପ୍ରଭାବିତ ହେଉଛନ୍ତି l ସେମାନଙ୍କର ମଧ୍ୟରେ ପ୍ରାକୃତିକ ଶକ୍ତି ହ୍ରାସ ପାଉଛି l ଯାହାକି ଭବିଷ୍ୟତ ପାଇଁ ବିଭିନ୍ନ ରୋଗରେ ପୀଡିତ କରୁଛି ଏବଂ ମୃତ୍ୟୁ ମୁଖକୁ ଟାଣି ନେଉଛି l