ଆନନ୍ଦପୁର : ଆନନ୍ଦପୁର କୁ ସ୍ୱତନ୍ତ୍ର ଜିଲ୍ଲା ଦାବି ରେ ଆଜି ଗଣଧରଣାର ୪ର୍ଥ ଦିନରେ ସାମିଲ ହେଲେ ସାମ୍ବାଦିକ । ଆନନ୍ଦପୁର ଉପଜିଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନଜପୁର ପ୍ରେସ ପରିଷଦର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସାମ୍ବ।ଦିକ ମାନେ ସାମିଲ ହୋଇଥିଲେ । ଦିନ ୧୦ଟ। ଠାରୁ ଏହି ଧାରଣା ଦିନ ୧ଟା ଯାଏ ବସିବା ପରେ ଆନନ୍ଦପୁର ଉପଜିଲା ପାଳ ଙ୍କ କାର୍ଯ୍ୟାଳୟ ଛାଟି ଥିବା କାରଣ ରୁ ଏସଂପର୍କରେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଅନନ୍ଦପୁର କୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା ମାନ୍ୟତା ପ୍ରଦାନ ନ କରିବା ଯାଏ ଏହି ଗଣଧାରଣ ହେବ।ପାଇଁସାମ୍ବାଦିକମାନେ କହିଛନ୍ତି । ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଧାରଣାରେ ବରିଷ୍ଠ ସାମ୍ବାଦିକ ମୁନା ସିଂ । ନିରାକାର ଦଳେଇ, ରତିକାନ୍ତ ସାହୁ, ରବିନାରାୟଣ ରାଜ ,ରଣଜିତ ରଣା, ସତ୍ୟ ରଞ୍ଜନ ଦାଶ, ଅମୂଲ୍ୟ କୁମାର ଜେନା,ଭାଗିରଥି ଦାସ, ହରେକୃଷ୍ଣ ପାତ୍ର, ଗଦାଧର ମିଶ୍ର, ରାମଗଦ୍ର ସାହୁ, ଗଣେଶ୍ଵର ମହାନ୍ତି, ସତ୍ୟାନନ୍ଦ ମିଶ୍ର,ପଦ୍ମନାଭ ସାହୁ କୀରଣ କୁମାର ପାଢୀ, ଜ୍ୟୋତି ରଞ୍ଜନ ଜେନା , ସୋମନାଥ ଦାଶ/ମକର ଧ୍ଵଜ ସାହୁ,ଶ୍ରୀନିବାସ ମିଶ୍ର , ଅମୂଲ୍ୟ କୁମାର ଜେନା,ଅଭିନ୍ନ ରଣା,ରବିନ୍ଦ୍ର ପ୍ରସାଦ ଚାନ୍ଦ ,, ରାମଚନ୍ଦ୍ର ସାହୁ ଇତ୍ୟାଦି ଧାରଣା ଅଭିଯାନ ରେ ସାମିଲ ହୋଇ ଜିଲ୍ଲା ମାନ୍ୟତା ଦାବି ରେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ମେଲ ଯୋଗେ ପ୍ରଦାନ କରିଥିଲେ ।