Odisha news

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ନୂଆଗାଁ ମେଗା ସ୍ବାସ୍ଥ୍ୟ ଶିବିର

0

ପାରାଦୀପ :  ଜେଏସଡବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳ ଏରସମା ବ୍ଲକ ଅନ୍ତର୍ଗତ ନୁଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ରବିବାର ଏହି ଦିନିକିଆ ସ୍ବାସ୍ଥ୍ୟ ଶିବିରରେ ମୁଖ୍ୟତଃ କର୍କଟ ରୋଗ ନିରୂପଣ ପରୀକ୍ଷା କରାଯାଇଥିଲା ବେଳେ ଏଥି ସହିତ ମଧୁମେହ, ରକ୍ତଚାପ,ଏସପିଓ ୨, ପଲସ୍, ତାପମାତ୍ରା ଭଳି ବିଭିନ୍ନ ରୋଗର ପରୀକ୍ଷା ମଧ୍ୟ କରାଯାଇଥିଲା। ମୁମ୍ବାଇର ପ୍ରସିଦ୍ଧ ଟାଟା ମେମୋରିଆଲ କ୍ୟାନସର ହସପିଟାଲର ବରିଷ୍ଠ ତଥା ଅଭିଜ୍ଞ ଡଃ ଶିଶିର ସେଟ୍ଟୀ ରୋଗ ନିରୁପଣ କରିବା ସହିତ ରୋଗର ପରବର୍ତ୍ତୀ ଚିକିତ୍ସା ତଥା ଅସ୍ତ୍ରୋପଚାର ନେଇ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ଏହି ମାଗଣା ମେଗା ସ୍ବାସ୍ଥ୍ୟ ଶିବିରରେ ଜଗନ୍ନାଥ ଏଡ୍ ଫାଉଣ୍ଡେସନ ପକ୍ଷରୁ ଭେଷଜ ବିଭାଗର ବିଶେଷଜ୍ଞ ଡଃ ସମ୍ବିତ ସୁବୁଦ୍ଧି, ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡକ୍ଟର କୌଶଲ ବର୍ମା , ଓ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡଃ ସ୍ମୃତି ରକ୍ଷା ବାଟୱାନିଙ୍କ ସହିତ ଡକ୍ଟର ଆୟୁଷ ଅଗ୍ରୱାଲ,ଡକ୍ଟର କୁମାର ଆୟୁଷ ପ୍ରମୁଖ ଯୋଗ ଦେଇଥିଲେ।

ସେହି ଅନୁସାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ରୋଗ ସମ୍ପର୍କରେ ତାର ନିରାକରଣ ନିମିତ୍ତ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବିଶେଷ କରି ନୂଆଗାଁ ଓ ଗଡ଼କୁଜଙ୍ଗ ସହିତ ଆଖପାଖ ଅଞ୍ଚଳର  ଲୋକମାନେ ଯୋଗ ଦେଇଥିଲେ। ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ୪୬୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏତେ ସଂଖ୍ୟାରେ ରୋଗୀ ଆସିବା ରାଜ୍ୟରେ କମ୍ପାନୀ ପକ୍ଷରୁ ସର୍ବାଧିକ ବୋଲି କୁହାଯାଇଛି। ଜେଏସଡବ୍ଲୁ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା, ଶିକ୍ଷା,ଓ ଜୀବନଜୀବିକା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ସ୍ବାସ୍ଥ୍ୟ ସେବା ଶିବିରରେ ଜେଏସଡବ୍ଲୁ ର ସ୍ଥାନୀୟ କାର୍ଯ୍ୟାଳୟର ଭିଏଲସି ମାନେ ସ୍ବୋଛାସେବୀ ଭାବେ ଏହି ଶିବିରକୁ ପରିଚାଳନା କରିଥିଲେ। ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ସୁଚିତ୍ରା ମନ୍ତ୍ରୀଙ୍କ ତତତ୍ଵାବଧାନରେ ସ୍ଥାନୀୟ ଯୁବ ଗୋଷ୍ଠୀ ପ୍ରତ୍ୟେକ୍ଷ ଭାବେ ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ।

Nalco
Leave A Reply