Odisha news

ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଙ୍କ ଘର ସମେତ ୮ ଟି ସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ

0

ଆନନ୍ଦପୁର : ଆନନ୍ଦପୁର ଆୟବହିର୍ବୁତ୍ତ ସମ୍ପତ୍ତି ଅଭିଯୋଗ ରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡା ବୈତରଣୀ କେନାଲ ଡିଭିଜନ ର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନି ଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏକ କାଳୀନ ଶାଳପଡା ସରକାରୀ ଯନ୍ତ୍ରୀ ଙ୍କ ବାସଭବନ ସମେତ ୮ ଟି ସ୍ଥାନ ରେ ଚଢ଼ାଉ ଚାକିଥିବାର ସୂଚନା ରହିଛି, ଭଦ୍ରକ, ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ର ଭିଜିଲାନ୍ସ ଟିମ ମିଳିତ ଚଢ଼ାଉ କରୁଛନ୍ତି, ଚଢ଼ାଉ ଚାଲିଥିବା ସ୍ଥାନ ଗୁଡିକ ହେଲା ଉମେଶ ଚନ୍ଦ୍ର ଶାସିନୀ ଙ୍କ ଭଦ୍ରକ ଅପର୍ତ୍ତୀ ବିନ୍ଧା ସ୍ଥିତ ନିଜ ବାସଭବନ, ଭୁବନେଶ୍ୱର ଚନ୍ଦ୍ର ଶେଖର ପୁରରେ ଥିବା 303 ଫ୍ଲାଟ ପୈତୃକ ଘର-ବ୍ୟକ୍ତିରା ନନ୍ଦିପଦା, କେନ୍ଦୁଝର ର ସୁଡ଼ସୁଡ଼ିଆ ରେ ଥିବା ପ୍ଲଟ, ଆନନ୍ଦପୁର ଅଞ୍ଚଳ ରେ କିଣିଥିବା ଜାଗା, ଭୁବନେଶ୍ୱର ବାଲିଅନ୍ତା ଥାନା ରେ ଥିବା ବାଉଣ୍ଡ୍ରି ୱାଲ ହୋଇଥିବା ପ୍ଲଟ, ଯାଜପୁର ଜିଲ୍ଲା ର ମଠ ସାହି, କୁଆଖିଆ ରେ ଥିବା ଶଶୁର ଘର, କେନ୍ଦୁଝର ର କାର୍ଯ୍ୟାଳୟ ଓ କ୍ଵାଟର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ ଙ୍କ ଘରୁ ପୁଳା ପୁଳା ନଗଦ ଟଙ୍କା ଏବଂ ବୋହୁ ପରିମାଣର ସୁନା ଅଳଙ୍କାର ଠାବ କରାଯିବା ର ସୂଚନା ମିଳିଛି, ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ ଦୀର୍ଘଦିନ ହେବ ଆନନ୍ଦପୁର ଶାଳପଡା ବୈତରଣୀ କେନାଲ ଡିଭିଜନ ରେ କାର୍ଯ୍ୟରତ ଅଛନ୍ତି, ତାଙ୍କର ବଦଳି ହୋଇନଥିଵା ହେତୁ ଠିକାଦାର ମାନେ ଅସନ୍ତୋଷ ହେଉଥିବାର ପରିଲକ୍ଷିତ ହୋଇଛି, ତାଙ୍କ ନାମରେ ଆଗରୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ବି ତାକୁ ଚାପି ଦିଆଯାଉଥିବା କୁହାଯାଉଛି, ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଥ୍ୟ ନିମନ୍ତେ ଅପେକ୍ଷା ରହିଛି

Leave A Reply