ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିପଡା ମିନି ଷ୍ଟାଡିୟମରେ ତିନି ଦିନ ଧରୀ ମା ତାରିଣୀ କ୍ରିକେଟ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଦଳ ଟୋଲକାନି,ଚିତ୍ରୀ,ରଣାଗୁଣ୍ଡି, ପୁରୁଣାବାନ୍ଧଗୋଡା, କଇଁସିଆରୀ, ଖରଡାବନ୍ଦି , ଗଡବାନ୍ଧଗୋଡା,ବାଦବିଲ ମଧ୍ୟରେ ଖେଳ ହୋଇଥିଲା। ଫାଇନାଲ ମ୍ୟାଚ ରେ ଗଡବାନ୍ଧଗୋଡା ସହ ପୁରୁଣା ବାନ୍ଧଗୋଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଗଡବାନ୍ଧଗୋଡା ନିର୍ଧାରିତ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୫୬ରନ୍ ସଂଗ୍ରହ କରି ଥିଲା। ଏହାର ଜବାବ ରେ ୧୦ ଓଭର ରେ ୪ ୱିକେଟ ହରାଇ ୫୭ ରନ୍ ସଂଗ୍ରହ କରି ପୁରୁଣାବାନ୍ଧଗୋଡା ବିଜୟୀ ହୋଇଥିଲେ। ମ୍ୟାନ ଅଫ୍ ଦ ମ୍ୟାଚ୍ ମୋତିଲାଲ୍ ସେଠୀ ମ୍ୟାନ ଅଫ୍ ଦ ସିରିଜ ନିହାର ଧିର ହୋଇଥିଲେ।
ଆଜିର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ିଶା ମୋ ପରିବାର ଜିବନ ବିନ୍ଦୁର ଜିଲ୍ଲା ସଂଯୋଜକ ପଦିପ କୁମାର ସାହୁ, ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ, ଯୁବ ବିଜେଡ଼ି ସଭାପତି ଦେବଦତ୍ତ ନାୟକ , ବରିଷ୍ଟ ବିଜେଡ଼ି ନେତା ପରେଶ୍ କୁଅଁର, ଅନିଲ ଚକ୍ର, ଓକିଲ ପବିତ୍ର ମିଶ୍ର ,ପ୍ରମୂଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ବରିଷ୍ଠ ଅମ୍ପାୟାର ଦିପକ ମିଶ୍ର ଓ ଅଞ୍ଜନ ନାୟକ ଖେଳ ପରିଚାଳନା କରିଥିଲେ। ପିଚ୍ କ୍ୟୁରେଟର ଭାବେ ଚନ୍ଦନ ନାୟକ ସହଯୋଗ କରିଥିଲେ। ସ୍କୋରର ଭାବେ ସୁକାନ୍ତ କୁମାର ନାୟକ ଏବଂ ଧାରା ବିବରଣୀ ପ୍ରଦ୍ୟୁମ୍ନ କୁମାର ଓଝା ଦାୟିତ୍ବ ସମ୍ପାଦନ କରିଥିଲେ । ମା ତାରିଣୀ କ୍ରିକେଟ କ୍ଲବ୍ ର ଦିପକ ନାୟକ,ତୋଫାନ ପାତ୍ର, ରମେଶ ପାତ୍ର,ରଞ୍ଜିବ କୁମାର ନାୟକ, ବିବେକ ମିଶ୍ର, ବିଶ୍ବାସ ମିଶ୍ର, ପ୍ରଦିପ ବିଶ୍ଵାଳ, ସଂଜିବକୁମାର ନାୟକ, ବାଦଲ ବିଶ୍ଵାଳ, ସୁକାନ୍ତ ନାୟକ, ଦେବଜିତ ମିଶ୍ର, କିଶୋର ରାଉତ,ସଦସ୍ୟ ଉପସ୍ଥିତ ରହି