ଆନନ୍ଦପୁର : ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ର ବଡପଦନା ସ୍ଥିତ ମା ଖଣ୍ଡୁରୀ ମାତା ବିଦ୍ୟାଳୟ କୁ ୫-ଟି ଅଧିନରେ ସାମିଲ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବା ସହ ରୂପାନ୍ତୀକରଣ କାର୍ଯ୍ଯ ସମାପନ ପରେ ମାନ୍ଯବର ମୂଖ୍ଯମନ୍ତ୍ରୀଙ୍କ ଦ୍ବାରା ଆଜି ଅପରାହ୍ନରେ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସହ ଅନେକ ଗଣମାନ୍ଯ ଅତିଥିଙ୍କ ଗହଣରେ ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ଓଝା ଙ୍କ ସଂଯୋଜନାରେ ଉଦଘାଟନୀ ଉତ୍ସବରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଘଷିପୁରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ସାମଲ, ଘସିପୁରା ବିଇଓ ତପୋଧନ ସ୍ବାଇଁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା, ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ସାମଲ, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ ସାହୁ, ସମିତି ସଭ୍ୟ ମନ୍ମଥ ସାହୁ, ରାମଚନ୍ଦ୍ର ପୁର ସିଆରସିସି ହିମାଂଶୁ ଭୁଷଣ ଜେନା, କାହ୍ନୁଚରଣ ନାଥ, ଦାମୋଦର ସାହୁ, ସୁରେଶ ଚନ୍ଦ୍ର ମିଶ୍ର ମହେଶ୍ଵର ସାହୁ, ପିତାମ୍ବର ନାଥ, ଗୋବିନ୍ଦ ଚନ୍ଦ୍ର ରାଉତ, ନିରାକାର ସାହୁ,ମଳୟ ସାହୁ ପ୍ରମୂଖ ସାମିଲ ହୋଇ ବିଦ୍ଯାଳୟ ୫ଟି ରେ ରୁପାନ୍ତର ହେଇଥିବାରୁ ପ୍ରସଂଶା କରିବା ସହ ୫ଟି ଅଧିନରେ ବିଦ୍ଯାଳୟକୁ ସ୍ମାର୍ଟ ସ୍କୁଲରେ ସାମିଲ କରାଯାଇଥିବାରୁ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଯେଶରେ କୃତଜ୍ଞତା ଜ୍ଞାପନ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ କଳ୍ପତରୁ ନାଥ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଶୁଚେତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ମାର୍ଟ ସ୍କୁଲ ଯୋଜନା ରେ ନୂତନ ବଗିଚା, ବୃକ୍ଷ ରୋପଣ, ପାଚେରୀ, ଶୌଚାଳୟ, ଶ୍ରେଣୀ ଗୃହ, ପରୀକ୍ଷା ଗାର, ପାଠାଗାର ,ନୂତନ ତୋରଣ କରାଯାଇ ବିଦ୍ୟାଳୟ ରେ ଶୈଖିକ ବାତାବରଣ ସୃଷ୍ଟି କରାଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ସଂଧ୍ଯାରେ ଅଧ୍ଯୟନ ରତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାସ୍କୃତିକ ଅନୂଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ସ୍କୁଲ କମିଟି ସମସ୍ତ ସଦସ୍ୟ ଙ୍କସହ ପୁରାତନ ଛାତ୍ର ଛାତ୍ରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।