Odisha news

ଘଷିପୁରା ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ ଅଭିଯାନ

0
ଆନନ୍ଦପୁର : ସାରା ଦେଶରେ ମୋ ମାଟି ମୋ ଦେଶ ଅଭିଯାନ ପାଳନ ଅବସରରେ ଘଷିପୁରା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ କେନ୍ଦୁଝର ଜିଲ୍ଲା ବୁଦ୍ଧିଜୀବୀ ସେଲ ସଂଯୋଜକ ଡ଼ ଶମ୍ଭୁନାଥ ରାଉତଙ୍କ ନେତୃତ୍ବରେ ଖଲନା ପଞ୍ଚାୟତର ସହିଦ ବୀର ଯବାନ ମନୋଜ ବେହେରା, ରଧିକାଦେଇପୁର ପଞ୍ଚାୟତର ସହୀଦ ଯବାନ ପଙ୍କଜ ମହାନ୍ତି, ଭଣ୍ଡାରିଡିହା ପଞ୍ଚାୟତ ତୋରାଣିଆର ସହୀଦ ଯବାନ ଅଜୟ ଦାଶ,ବଳରାମପୁର ପଞ୍ଚାୟତ ନଦୁଆଁର ସହୀଦ ବୀର ବ୍ରଜକିଶୋର ବେହେରା ଓ ଆନନ୍ଦପୁର ମୁନିସିପାଲିଟି ର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଜନ୍ମମାଟି ର ସହୀଦ ସ୍ମୃତି ପୀଠରୁ ମାଟି ସଂଗ୍ରହ କରା ଯାଇଛି। ଏହି ଅଭିଯାନକୁ ଏକ ସ୍ବତନ୍ତ୍ର ଢଙ୍ଗରେ ସହିଦଙ୍କ ଜନ୍ମମାଟିକୁ ନିଜ ପରିବାର ଲୋକଙ୍କ ଗହଣରେ ପୂଜା ଅର୍ଚ୍ଚନା କରାଯାଇ ଦିଲ୍ଲୀରେ ନିର୍ମାଣ କରିବାକୁଥିବା  ଅମୃତ ବାଟିକା ପାଇଁ କଳସରେ ସଂଗ୍ରହ କରାଯାଇଥିଲା ଏହି ଅଭିଯାନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବ୍ୟତୀତ ବିଭିନ୍ନ ବର୍ଗର ଅବସର ପ୍ରାପ୍ତ ସେନା ସଂଘ, ସ୍ଵେଚ୍ଛାସବୀ ସଂଗଠନ, ବରିଷ୍ଠ ନାଗରିକ, ଯୁବାବର୍ଗର ଶତାଧିକ ବ୍ୟକ୍ତି ବନ୍ଦେ ମାତରଂ,ଭାରତ ମାତା କି ଜୟ ନରା ଦେଇ ଅଶି କିଲୋମିଟର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ରାଉତ, ଅବସର ପ୍ରାପ୍ତ ସେନା ସଂଘ ସଭାପତି ତ୍ରିଲୋଚନ ଦାଶ, ବିଶ୍ବହିନ୍ଦୁ ପରିଷଦ ଅଧିକାରୀ ସନ୍ତୋଷ ଦାଶ,ବରିଷ୍ଠ ନାଗରିକ ବୁଦ୍ଧଦେବ ବାରିକ, ବାବନ ଭୂୟାଁ, କୃଷ୍ଣ ପରିଡ଼ା,ସ୍ଵୟଂ ସେବକ ପ୍ରମୋଦ ବେହେରା, ଯୁବାବର୍ଗ ଅଶୋକ ସାହୁ, ଜିମ୍ ପଟ୍ଟନାୟକ,ଅଜୟ ବାରିକ,ଗୋଲକ ଭଞ୍ଜ,ମୁରଲୀ ମିଶ୍ର,ସହଦେବ ସାହୁ ,ଅଜୟ ବାରିକ,ଲକ୍ଷ୍ମୀ ରାଉତ,ମଙ୍ଗୁଳି ପରିଡ଼ାଙ୍କ, ଶୁକ ପାଗଳ, ଆକାଶ ନାଥ ସମେତ ଶହ ଶହ ବ୍ୟକ୍ତି ସାମିଲ ହୋଇଥିଲେ । ସର୍ବୋପରି ଏହି ଜାତୀୟ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ପୋଲିସ ପ୍ରଶାସନ ସହାୟତା ଅତ୍ୟନ୍ତ ରୋଚକ ବୋଧ ହୋଇଥିଲା ।
Leave A Reply