Odisha news

ଆନନ୍ଦପୁର ତହସିଲଦାର ଙ୍କ ଦୃଢ଼ ପଦକ୍ଷେପ ରାଜସ୍ୱ ଆୟରେ ସହାୟକ ହେଉଛି : ୪ଟ୍ରାକ୍ଟର ଜବତ:୭୦ ହଜାର ଜୋରିମାନା ଆଦାୟ

0
ଆନନ୍ଦପୁର :ଆନନ୍ଦପୁର ତହସିଲ ଅଞ୍ଚଳରେ ଲଘୁଖଣିଜ ସମ୍ପଦ ର ବ୍ୟାପକ ଚୋରା ଚାଲାଣ ଚାଲିଥିବା ବେଳେ ଚାଲାଣ କାରୀ ମାଫିଆ ମାନେ ଚୋରି କରିବା ର ଅଭିନଭ ଉପାୟ ଆପଣଉଛନ୍ତି ଯାହାକୁ ଦୃଷ୍ଟିରେ ରଖି ଆନନ୍ଦପୁର ତହସିଲଦାର ଶ୍ରୀ ତପନ କୁମାର ନାୟକ ଏହି ଚୋରା ଚାଲାଣ ଓ ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ତାଙ୍କର ସମସ୍ତ ପ୍ରକାର କଳ ବଳ କୋୖଶଳ ଓ ସରକାରଙ୍କ ଆଇନ ବଳବତ୍ତର ରଖିବା ସମେତ ପୋଲିସ ସହାୟତା ମାଧ୍ୟମରେ ନିଜର ପାରଦର୍ଶିତା ଦେଖାଇବାରେ ସଫଳ ହୋଇଥିବାରୁ ତାଙ୍କର ଦୃଢ଼ ପଦକ୍ଷେପ ସରକାରଙ୍କର ରାଜସ୍ୱ ଆୟରେ ସହାୟକ ହୋଇଥିବା ଜଣାଯାଇଛି ବାରମ୍ବାର ଚଢ଼ାଉ ଓ ଧର ପଗଡ଼ କରିବା ସହିତ ଚୋରା  ଚାଲାଣ ହେଉଥିବା ଗାଡି ଗୁଡିକୁ ଜବତ କରିବା ସହ  ମାଫିଆ ମାନେ ଚୋରା ଚାଲାଣ କରୁଥିବା ସ୍ଥଳୀରୁ ଦୈନ ଦିନ ଧରା ପଡି ଜୋରିମାନା ଦେବା
ଏକ ନିତିଦିନିଆ କାର୍ଯ୍ୟ ପରିଣତ ହୋଇଥିବା ଦେଖାଯାଇଛି  ତହସିଲଦାର ଶ୍ରୀ ନାୟକ ଚାଲାଣ ହେଉଥିବା ସମସ୍ତ ଅଞ୍ଚଳ ର ରାସ୍ତା ଗୁଡିକୁ ସିଲ କରିଦେବା ପରେ ପ୍ରତିଦିନ ଚୋରା ଗାଡି ଜବତ କରିବାରେ ସଫଳତା ଲାଭ କରିଛନ୍ତି ଆଜି ତା ୫ତାରିଖ ରେ ଭୋର ୪.୧୦ମିନିଟ ରେ ଶରଧାପୁର ଠାରେ ବେଆଇନ ବାଲି ଚାଲାଣ ହେଉଥିବା କୋୖଣସି ସୂତ୍ରରୁ ଖବର ପାଇ ତହସିଲଦାର ଶ୍ରୀ ନାୟକ ଅତର୍କିତ ଚଢ଼ାଉ କରି ୪ଗୋଟି ଟ୍ରାକ୍ଟର ଜବତ କରିବା ସହ ୭୦ହଜାର ଜୋରିମାନା ଆଦାୟ  କରିଥିଲେ ଏଥିରେ ଆନନ୍ଦପୁର ପୋଲିସ ସହଯୋଗ କରିଥିବା ଜଣାଯାଇଛି ।
Leave A Reply