ଆଜି ହେଉଛି ପବିତ୍ର ଅଁଳା ନବମୀ : ରାଧା ରାଣୀ ଙ୍କ ନିକଟରେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର, ମିଳିବ ଶ୍ରୀହରି ଙ୍କ କୃପା
କାର୍ତିକ ମାସର ଶୁକ୍ଲପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଇ ଥାଏ ଏବଂ ଏହିଦିନ କରାଯାଇଥିବା ପୁଣ୍ୟ କାର୍ଯ୍ୟ କଦାପି ସମାପ୍ତି ହୋଇନଥାଏ l ଏହିଦିନ କରାଯାଇଥିବା ପୁଣ୍ୟ କାର୍ଯ୍ୟର ପ୍ରଭାବ ଜନ୍ମ ଜନ୍ମ ପର୍ଯ୍ୟନ୍ତ ରହିଥାଏ l ଅର୍ଥାତ ଏହିଦିନ କରାଯାଇଥିବା ପୁଣ୍ୟ ଅକ୍ଷୟ ହୋଇଥାଏ ତେଣୁ ଏହିଦିନ କୁ ମଧ୍ୟ ଅକ୍ଷୟ ନବମୀ କୁହାଯାଇ ଥାଏ l
ମାନ୍ୟତା ରହିଛି ଯେ ଏହିଦିନ ଠାରୁ ଦ୍ୱାପର ଯୁଗର ଆରମ୍ଭ ହୋଇଥିଲା, ଏବଂ ଏହିଦିନ ମଧ୍ୟ ଶ୍ରୀକୃଷ୍ନ ନିଜ ବାଲ୍ୟ ଲୀଳା କୁ ତ୍ୟାଗ କରି ମଥୁରା ଚାଲିଯାଇ ଥିଲେ l ଅଁଳା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ l ଏବଂ ଅଁଳା ବୃକ୍ଷ ନିକଟରେ ସମସ୍ତ ଦେବଦେବୀ ଙ୍କ ବାସ ହୋଇ ଥିବାରୁ ଏହା ପୂଜ୍ୟ ଅଟେ l
ଅଁଳା ନବମୀ ରେ ରହୁଥିବା ଶୁଭ ଯୋଗ –
– ରବି ଯୋଗ,
– ହର୍ଷଣ ଯୋଗ
– ଏବଂ ଏହିଦିନ ପଞ୍ଚକ ଯୋଗ ମଧ୍ୟ ରହୁଛି l
– ଅଁଳା ବୃକ୍ଷ ରେ ଭଗବାନ ବିଷ୍ଣୁ ଓ ମହାଦେବ ଙ୍କ ବାସ ହୋଇଥାଏ l
– ଏହିଦିନ ଅଁଳା ବୃକ୍ଷକୁ ଶଙ୍ଖା ,ସିନ୍ଦୁର ଦେଇ ପୂଜା କରିବାର ବିଧି ରହିଛି l
– ଏହାଛଡା ଅଁଳା ବୃକ୍ଷକୁ ନାଲି ବସ୍ତ୍ର ପିନ୍ଧାଇ ପୂଜାର୍ଚ୍ଚନା କରାଯାଇ ଥାଏ l
– ଏହାଛଡା ଅଁଳା ବୃକ୍ଷ କୁ ପୂଜା କରିବା ଦ୍ୱାରା ସମସ୍ତ ଦେବଦେବୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l
– ଆଜିର ଦିନରେ ଅଁଳା ବୃକ୍ଷକୁ ୧୦୮ ଥର ପରିକ୍ରମା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l
– ଅଁଳା ନବମୀ ରାଧା ପାଦ ଦର୍ଶନ ଶୁଭ ଫଳ ଦେଇଥାଏ, ଏହା ୭ଜନ୍ମ ର ପାପ ଦୂର କରିଥାଏ l
* ଆଜିର ଦିନରେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର –
‘ ଆଜିର ଦିନରେ ଓମ ହିଂ ରାଧୀକାୟେ ନମଃ , ଓଁ ହିଂ ଶ୍ରୀରାଧାୟେ ସ୍ୱାହା’ l ଏହି ମନ୍ତ୍ର ପାଠ କରନ୍ତୁ , ଏହାଦ୍ୱାରା ସମସ୍ତ ଅସୁବିଧା ଦୂର ହେବ ଏବଂ ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହେବ l ଏହାସହ ୭ଜନ୍ମ ର ପୁଣ୍ୟ ପ୍ରାପ୍ତି ହେବ l