ନୂଆଦିଲ୍ଲୀ, ୧୯।୫ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବାତ୍ୟାର ମୁକାବିଲା ସମ୍ପର୍କରେ ରାଜ୍ୟର ପ୍ରସ୍ତୁତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଆସୁଥିବା ମହାବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି । ମହାବାତ୍ୟା ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି । ସୂଚନାଯୋଗ୍ୟ ବାତ୍ୟା ଆମ୍ଫାନ ଓଡ଼ିଶାର ୪ ଜିଲ୍ଲାକୁ ବିଶେଷ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି । ପରିସ୍ଥିତି ଉପରେ କେନ୍ଦ୍ର ପକ୍ଷରୁ ତୀå ନଜର ରଖାଯାଇଛି ।