ନୂଆଦିଲ୍ଲୀ : ଆମେରିକାରେ ଆଜିକାଲି ଗୋଟିଏ ରିପୋର୍ଟ କୁ ନେଇ ଖୁବ ଆଲୋଚନା ଚାଲିଛି l ଏହି ରିପୋର୍ଟ ଟି ଆମେରିକୀୟ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ ପକ୍ଷରୁ ଜାରି କରାଯାଇଛି l ଏହି ରିପୋର୍ଟଟି ରେ ଦାବି କରାଯାଇଛି ଯେ ଆମେରିକା ଭାରତକୁ ‘ବିଶେଷ ଚିନ୍ତାର ଦେଶ’ ଘୋଷଣା କରୁ l ଏହି ରିପୋର୍ଟ ପରେ ସେଠାରେ ଅଶାନ୍ତ ପରିସ୍ଥିତି ଆରମ୍ଭ ହୋଇଛି l ଏହି ରିପୋର୍ଟ ପରେ ଆମେରିକୀୟ ହିନ୍ଦୁ ସଂଗଠନ ଏହାକୁ ନେଇ କଡା ସମାଲୋଚନା କରିଛି l
ଘଟଣାଟି ଏହିପରି ଆମେରିକୀୟ ଅନ୍ତରାଷ୍ଟ୍ରିଆ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ ପକ୍ଷରୁ ଜାରି ହୋଇଥିବା ଗୋଟିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଧାର୍ମିକ ସ୍ୱତନ୍ତ୍ରତା ମାମଲାରେ ଭାରତ, ଚୀନ, ପାକିସ୍ତାନ, ଆଫଗାନିସ୍ତାନ ଓ ଅନ୍ୟ ୧୧ ଟି ଦେଶ କୁ ବିଶେଷ ଚିନ୍ତା ର ଦେଶ ଭାବରେ ନାମିତ କରିବା ପାଇଁ ଦାବି ହୋଇଛି l ଏହାକୁ ନେଇ ବାଇଡେନ ପ୍ରଶାସନ ନିକଟକୁ ଆବେଦନ ପତ୍ର ପଠା ଯାଇଛି l
କିନ୍ତୁ ଏହି ରିପୋର୍ଟ କୁ ନେଇ ଆମେରିକାରେ ଅଶାନ୍ତ ପରିସ୍ଥିତି ଦେଖା ଦେଇଛି l ୱାର୍ଲଡ ହିନ୍ଦୁ କାଉନ୍ସିଲ ଅଫ ଆମେରିକା ପକ୍ଷରୁ ଦାବି ହୋଇଛି ଯେ ଏହି କାମ ହିନ୍ଦୁ ଫୋବିକ ନାମର ସଂସ୍ଥାର ଅଟେ l ଅନ୍ୟ ପକ୍ଷରେ ମୁସଲିମ ଓ ଈସାଈ ସମୂହ ପକ୍ଷରୁ ଏହାକୁ ନେଇ ହୋଇଥିବା ଟିପ୍ପଣୀ କୁ ପ୍ରଶଂସା କରାଯାଇଛି l ଆମେରିକାରେ ମୁସଲିମ ଇନ୍ଷ୍ଟିଚ୍ୟୁସନ ଓ ତାର ସହଯୋଗୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଭାରତରେ ଧାର୍ମିକ ସ୍ୱତନ୍ତ୍ରତା ର ସ୍ଥିତି ଖୁବ ଜଟିଳ ସ୍ଥିତିରେ l
ମିଳିଥିବା ସୂଚନା ଆଧାରରେ କୁହାଯାଇଛି ଯେ ଆମେରିକା ସରକାର ଏହାକୁ ମାନିବାକୁ ବାଧ୍ୟ ନିହାନ୍ତି ବୋଲି କୁହାଯାଇଛି l ଆମେରିକା ସରକାର ଙ୍କ ବିଶିଷ୍ଟ ଅଧିକାରୀ କହିଛନ୍ତି ଯେ ଭାରତ ଗୋଟିଏ ଜୀବନ୍ତ ନାଗରିକ ସମାଜ, ଯେଉଁଠାରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଚିନ୍ତା ଉତ୍ପନ୍ନ ହେବା ଠିକ ନୁହେଁ l ଭାରତ ନିଜର ନିଜସ୍ୱ ସମସ୍ୟାକୁ ସମାଧାନ କରିପାରିବ l