Odisha news

ଆମେରିକାର ମିଲ୍‌ଔକି ଠାରେ ଥିବା ବିୟର୍‌ କାରଖାନାରେ ଗୁଳିକାଣ୍ଡ: ବନ୍ଧୁକଧାରୀଙ୍କ ସମେତ ୬ ମୃତ

0

ମିଲ୍‌ଔକି: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲ୍‌ଔକି ଠାରେ ଥିବା ବିୟର୍‌ କାରଖାନା ‘ମଲ୍‌ସନ୍‌ କୁଉର୍ସ ବିଭରେଜ୍‌ କୋ.’ର ରନ୍ଧନଶାଳା ପରିସରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ୫ଜଣ କର୍ମଚାରୀଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟା କରିଥିବା କଥା ସହରର ପୁଲିସ ମୁଖ୍ୟ କହିଛନ୍ତି।

ରାତି ପ୍ରାୟ ୨ଟା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଓ୍ଵିସ୍‌କନ୍‌ସିନ୍‌ର ସବୁଠୁ ବଡ଼ ସହର ମିଲ୍‌ଔକି ଠାରେ ୨୦ରୁ ଅଧିକ କୋଠାବାଡ଼ି ଥିବା ଏହି ବିୟର୍‌ କାରଖାନାରେ ପ୍ରାୟ ୧୦୦୦ ଜଣ କର୍ମଚାରୀ କାମ କରନ୍ତି। କିନ୍ତୁ, ଏହି ଗୁଳିକାଣ୍ଡରେ ଅନ୍ୟ କେହି ଆହତ ହୋଇ ନ ଥିବା କଥା ପୁଲିସ ମୁଖ୍ୟ କହିଛନ୍ତି।

Image Source: The Reuters

ଘଟଣା ସଂକ୍ରାନ୍ତରେ ରାତି ତମାମ ତଦନ୍ତ ଚାଲିଥିବା କଥା ପୁଲିସ ମୁଖ୍ୟ ଆଲ୍‌ଫନ୍‌ସୋ ମୋରାଲ୍‌ସ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସନ୍ଦିଗ୍ଧ ବନ୍ଧୁକଧାରୀଜଣକ ହେଉଛନ୍ତି ଜଣେ ୫୧ ବର୍ଷିୟ ମିଲ୍‌ଔକି ବାସିନ୍ଦା। କେଉଁ କାରଣ ଏବଂ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ତାହା ପୁଲିସ କହିନାହିଁ।

ଆଜି ହ୍ଵାଇଟ୍‌ ହାଉସ୍‌ ଠାରେ ‘କରୋନଭାଇରସ୍‌’ ସମ୍ବନ୍ଧୀୟ ଏକ ସାମ୍ବାଦିକ ସମ୍ମିଳନୀରେ କହୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ସେ ବନ୍ଧୁକଧାରୀଙ୍କୁ ଜଣେ ଦୁଷ୍ଟ ନରହନ୍ତା ବୋଲି କହିବା ସହ ଗୁଳିକାଣ୍ଡକୁ ଏକ ଭୟାବହ ଘଟଣା ବୋଲି କହିଛନ୍ତି।

Leave A Reply