Odisha news

ଆମେରିକା ସିନେଟର ଙ୍କ ବୟାନ ; ଭାରତ ଓ ଚୀନ ହାଇପରସୋନିକ ଟେକ୍ନୋଲୋଜି ରେ ଆମେରିକା ଠାରୁ ଆଗରେ

0

ନୂଆଦିଲ୍ଲୀ : ଆମେରିକାର ଜଣେ ପ୍ରସିଦ୍ଧ ସାଂସଦ କହିଛନ୍ତି ଯେ ଆଡ଼ଭାନ୍ସ ଟେକ୍ନୋଲୋଜି କ୍ଷେତ୍ରରେ ବର୍ତମାନ ଆମେରିକା ସେତିକି ପ୍ରଭାବଶାଳୀ ହୋଇ ରହିନାହିଁ l ଯେବେକି ଚୀନ , ଭାରତ ଓ ରୁଷ ବର୍ତମାନ ଖୁବ ଆଗରେ ଅଛନ୍ତି l ସିନେଟ ଆର୍ମଡ଼ ସର୍ଭିସ କମିଟିର ଅଧକ୍ଷ ଜ୍ୟାକ ରେଡି କହିଛନ୍ତି ଯେ ଏପରି ସ୍ଥିତିରେ ଆମେ ଯେଉଁଠି ଟେକ୍ନୋଲୋଜି କୁ ନେଇ ସଜାଡ଼ିବାକୁ ଚାହୁଁଛୁ, ପୂର୍ବରୁ ସେହି ସ୍ଥାନରେ ଆମର ଖୁବ ଦୃଢ ଟେକ୍ନୋଲୋଜି ଥିଲା l କିନ୍ତୁ ବର୍ତମାନ ଭାରତ, ଚୀନ, ରୁଷ ଖୁବ ଆଗରେ ଆସିଛନ୍ତି l

ରୀଡ ଆହୁରି ମଧ୍ୟ କହିଛନ୍ତି ଯେ ଇତିହାସ ରେ ବିଶ୍ୱ ପ୍ରଥମଥର ପାଇଁ  ତ୍ରିପକ୍ଷୀୟ ପରମାଣୁ ପ୍ରତିଯୋଗିତାକୁ ସାମ୍ନା କରିବାକୁ ଯାଉଛି l ବର୍ତମାନ ଏହି ପ୍ରତିଯୋଗିତା କେବଳ ସୋଭିଏତ ସଙ୍ଘ ଓ ଆମେରିକା ମଧ୍ୟରେ ନାହିଁ l ଚୀନ, ଭାରତ,ରୁଷ ଓ ଆମେରିକା ସହିତ ବିଶ୍ୱର ପ୍ରାୟ ସମସ୍ତ ଦେଶ ହାଇପାରସୋନିକ ଅସ୍ତ୍ରଶସ୍ତ୍ର ଟେକ୍ନୋଲୋଜି କୁ ଆହୁରି ଅଧିକ ଆଡ଼ଭାନ୍ସ କରିବାକୁ ଲାଗି ପଡିଛନ୍ତି l ଗତ ବର୍ଷ ଆମେରିକାର ଜଏଣ୍ଟ ଚିଫ ଅଫ ଷ୍ଟାଫ ର ଉପାଧ୍ୟକ୍ଷ ଜେନେରାଲ ଜନ ହାୟଟନ କହିଥିଲେ ଚୀନ କୌଣସି ଦିନ ଅଚାନକ ଭାବରେ ଆମେରିକା ଉପରେ ପରମାଣୁ ଆକ୍ରମଣ କରିପାରେ l ଚୀନ ହାଇପାରସୋନିକ ମିସାଇଲ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ l

ହାଇପାରସୋନିକ ମିସାଇଲ ସୁପର ଆଡ଼ଭାନ୍ସ ହୋଇଥାଏ ଯାହା ଧ୍ୱନି ଠାରୁ ୫ଗୁଣ ଅଧିକ ଦ୍ରୁତ ଗତିରେ ଯାଇପାରେ l ଏହି ମିଶଇଳ ର ଗତି ଘଣ୍ଟା ପ୍ରତି ୬୫୦୦ କିଲୋମିଟର ଯାଇ ପାରିବ l

Leave A Reply