ମଣିଷ ଏକୁଟିଆ ରହିବା ଦ୍ୱାରା ଭିତରୁ ଭାଙ୍ଗି ପଡିଥାଏ l ସେଥିପାଇଁ ସମସ୍ତେ ସମାଜ ସହିତ ରହିବା ଜରୁରୀ l ତେଣୁ ସମସ୍ତଙ୍କ ସହିତ ମିଶିକି ରହିବା ଜରୁରୀ l ବିଶେଷ ଭାବରେ ଦେଖିବାକୁ ଗଲେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଗୋଟିଏ ଆଉ ଗୋଟିଏ ସହିତ ଜଡିତ l ଏକୁଟିଆ ଲାଗିବା ଦ୍ୱାରା କେବଳ ମେଣ୍ଟାଲ ହେଲଥ ପ୍ରଭାବିତ ହୋଇ ନଥାଏ ବରଂ ଅନେକ ଗୁଡିଏ ସାଙ୍ଘାତିକ ରୋଗ ଦ୍ୱାରା ଆମେ ପୀଡିତ ହୋଇଥାଉ l
* ଏକାକୀ ରହିବ ଦ୍ୱାରା ଦେଖା ଯାଇଥାଏ କେଉଁସବୁ ସମସ୍ୟା –
* ସୋସିଆଲ ଏଙ୍ଗଯାଇଟି –
ଏକାକୀ ମଣିଷ ରହିଲେ ସୋସିଆଲ ଏଙ୍ଗାଯାଇଟି ର ଶିକାର ହୋଇଥାଏ l ଏପରି ସ୍ଥିତି ରେ ମଣିଷ ଘର ବାହାରକୁ ବାହାରିବା ଜରୁରୀ ଏବଂ ସମସ୍ତ ଙ୍କ ସହିତ ମିଶିବା ମଧ୍ୟ ଜରୁରୀ l ଏକାକୀ ମଣିଷ ଦୀର୍ଘ ଦିନ ଧରି ରହିବା ଦ୍ୱାରା କାହା ସହିତ ମିଶିବାକୁ ପସନ୍ଦ କରି ନଥାଏ ଓ ମଣିଷ ଙ୍କୁ ଦେଖିଲେ ଭୟ କରିଥାଏ l
* କ୍ରନିକ ଡିଜିଜ –
ଏକୁଟିଆ ରହିବା ଦ୍ୱାରା ମଣିଷ ଅନେକ ଗୁଦିଏ କ୍ରୋନିକ ଡିଜିଜ ଆଡକୁ ଟାଣି ହୋଇ ଯାଇଥାଏ l ଯେପରିକି ଉଚ୍ଚ ରକ୍ତଚାପ, ମୋଟାପା, ହାର୍ଟ ଆଟାକ ସମସ୍ୟା ଅଧିକ ଦେଖା ଯାଇଥାଏ l
* ମଧୁମେହ –
ଖରାପ ଜୀବନ ଚର୍ଯ୍ୟା କାରଣରୁ ମଧୁମେହ ସମସ୍ୟା ଦେଖା ଯାଇଥାଏ l କିନ୍ତୁ ଏହା ବ୍ୟକ୍ତିକୁ ଜଣା ପଡି ନଥାଏ l ଏବଂ ନିଦ୍ରା ହୀନତା ର ସମ୍ଭାବନା ମଧ୍ୟ ବଢି ଯାଇଥାଏ l
* ଲଗାତାର ଡିପ୍ରେସନ –
ଗୋଟିଏ ଅଧ୍ୟୟନ ଅନୁସାରେ ମଣିଷ ଏକୁଟିଆ ରହିବ ଦ୍ୱାରା ଲଗାତାର ଦୀର୍ଘଦିନ ପର୍ଯ୍ୟନ୍ତ ଡିପ୍ରେସନ ର ଶିକାର ହୋଇଥାଏ l ମଣିଷ ମନକୁ ଖରାପ ବିଚାର ଆସିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l
* ଇମ୍ୟୁନିଟି ଦୁର୍ବଳ ହୋଇଥାଏ –
ପ୍ରତ୍ୟେକ ମୁହୂର୍ତ ରେ ଏକାକୀ ରହିବା ଦ୍ୱାରା ମଣିଷ ର ଇମ୍ୟୁନିଟି ଦୁର୍ବଳ ହୋଇଯାଇ ଥାଏ l ଗବେଷଣା ଅନୁସାରେ ମଣିଷ ଡିପ୍ରେସନ ର ଶିକାର ହେବା ଦ୍ୱାରା ତାର ଆଣ୍ଟି ବଡି ତିଆରି ହୋଇପାରି ନଥାଏ l
