Odisha news

ପ୍ରେମ ରେ ଧୋକା ଖାଇବାରୁ ଆତ୍ମହତ୍ୟା

0
ଆଳି୨୪/୦୩/୨୨ ଗୁରୁବାର ସକାଳ ସମୟରେ ଆଳି ବ୍ଲକ ଦେମାଳ ପଞ୍ଚାୟତ ରେ ଅଭାବନୀୟ ଘଟଣା ଘାଟିଯାଇଛି ।ପ୍ରେମ ରେ ଧୋକା ଖାଇ ଯୁବକ ଙ୍କ ଝୁଲା ଶରୀର ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ ଲୋକାପଡା ଗ୍ରାମର ବିଜୟ କୁମାର ରାଉତ ଙ୍କ ଘରେ ଭଦ୍ରକ ଜିଲ୍ଲା ଧୂସୁରି ପଞ୍ଚାୟତ ପାହାଣ ଗ୍ରାମର ବଳଭଦ୍ର ବାରିକ ଙ୍କ ପୁଅ ବିକାଶ ବାରିକ ଛତୁ ଚାଷ ନିମନ୍ତେ ସହଯୋଗୀ ଭାବେ କାମ କରୁଥିଲେ ।ଚିନ୍ତାର ବିଷୟ ବିକାଶ ସକାଳେ ନିତ୍ୟ କର୍ମ ସାରିବା ପରେ  ଯେଉଠି ରହୁଥିଲେ ସେଠାରେ ଦଉଡି ସାହାଯ୍ୟ ରେ ରସିଲଗାଇ ଦେଇ ଥିଲେ l ଘରର ମାଲିକ ବିଜୟ ରାଉତ ଆଖ ପାଖ ଲୋକଙ୍କୁ ଡାକିବା ସହ ଆଳି ଥାନାକୁ ଖବର ଦେଇ ଥିଲେ ଓ ବିକାଶ ଙ୍କ ପରିବାର ଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ଆଳି ଥାନାର ଏସଆଇ ପ୍ରଦୋଷ ପଟ୍ଟନାୟକ ପହଞ୍ଚି ବିକାଶ ଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବା ସହ ମୃତ ଶରୀରକୁ ଓହ୍ଲାଇଥିଲେ।ବିକାଶ ଙ୍କ ପରିବାର ଲୋକେ ମାଲିକ ବିଜୟ ଙ୍କ ଉପରେ ଦୋଷଲଗାଇବାକୁ ଚେଷ୍ଟା କରୁଥିବାବେଳେ ଶ୍ରୀ ପଟ୍ଟନାୟକ ନିଜ ଦକ୍ଷତା ରେ ବିକାଶ ଙ୍କ ରୁମ ଭିତରୁ ୩୦ରୁ ଅଧିକ ପ୍ରେମ ପତ୍ର ଓ ଲେଡିସ ଉପହାର ଜବତ କରିବା ରୁ ଏହା ପ୍ରେମ ପ୍ରସଙ୍ଗ ରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି l ଏହା ହତ୍ୟା ନୁହେଁ ଆତ୍ମ ହତ୍ୟା ବୋଲି ସନ୍ଦେହ କରାଯାଉଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି l ବିକାଶ ଜଣେ ଝିଅ ସହ ଭଲ ପାଇବାର ପ୍ରମାଣ ରହିଛି ଓ ତଦନ୍ତ କାରୀ ଅଫିସର ତଦନ୍ତ ଜାରି ରଖିଛନ୍ତି l ବିକାଶ ଏକ ଝିଅ ପାଇଁ ଆତ୍ମ ହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
Ad2
Leave A Reply