ଆଳି ୨୪/୦୩/୨୨ ପୂର୍ବତନ ମନ୍ତ୍ରୀ ,ବିରୋଧୀ ଦଳର ନେତା ତଥା ଆଳି ର ରାଜା ସାହେବ ସ୍ୱର୍ଗତ ଶରତ କୁମାର ଦେବ ଙ୍କ ଆଜି ୩୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶରତ କୁମାର ଦେବ ସ୍ମୁତି କମିଟି ଆନୁକୂଲ୍ୟରେ ଏକ ସ୍ମୁତି ସଭା ଆଳି ନୂଆବଜାର ସ୍ଥିତ ଅର୍ଣ୍ଣପୂର୍ଣା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ସ୍ୱର୍ଗତ ରାଜା ସାହେବ ଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ମାଲ୍ୟପଣ କରିଥିଲ।ସ୍ମୁତିସଭା କମିଟି ର ସଭାପତି ଜଗତାନନ୍ଦ ବଳ ଙ୍କ ସଭାପତିତ୍ୱ ରେ ସଭାରେ ମୁଖ୍ୟ ଅତିଥି ଭାବେ ଆଳି ର ରାଜା ସାହେବ ବ୍ରଜକିଶୋରୀ ଦେବ ଯୋଗ ଦେଇ ବାପା ଶରତ ଦେବ ଙ୍କ ଆଳି ପ୍ରତି ଦେଇଥିବା ଅବଦାନ ସବୁଠାରୁ ବଡ କାର୍ଯ୍ୟ ଭିତରେ ପତ୍ରପୁର ଠାରେ ବ୍ରାହ୍ମଣି ନଦୀ ଉପରେ ପୋଲ ନିର୍ମାଣ କରାଇ ଆଳି ଅଞ୍ଚଳ ର ଜନସାଧାରଣ ଙ୍କ ଗମନାଗମନ ସୁବିଧା କରାଇବା ଏକ ବଡ କାର୍ଯ୍ୟ ପରେ ପରେ ସରକାରୀ ବସ ଚଳାଇ ଆହୁରି ସୁବିଧା କରାଇ ଥିଲେ ।ଆଜି ବି ଲୋକେ ସେ କଥା ଭାବି ସ୍ୱର୍ଗତ ଦେବ ଙ୍କୁ ମନେ ପକାଉଛନ୍ତି ।
ସେ ନିଜ ପରିବାର ଙ୍କୁ ସମୟ ନଦେଇ ଆଳି ର ଜନସାଧାରଣ ଙ୍କ କଥା ସବୁବେଳେ ସମୟ ଦେଉଥିଲେ ବୋଲି ଏମିତି ବହୁତ ଅଭୁଲା କଥା ନିଜ ବ୍ୟକ୍ତବ ରଖିଥିଲେ। ସଂମାନୀୟ ଅତିଥି ଭାବେ ଆଳି ବ୍ଲକ ର ନବ ନିର୍ବାଚିତ ଯୁବ ନେତା ପଂଞ୍ଚାୟତ ସମିତି ର ଅଦକ୍ଷ ମନୋରଞ୍ଜନ ସାମଲ ଯୋଗ ଦେଇ ସ୍ୱର୍ଗତ ଦେବ ଙ୍କ ସହିତ ନମିସିଲେ ମଧ୍ୟ ପୁରୁଖା ଲୋକଙ୍କ ଠାରୁ ଶୁଣି ମୁଁ ଆଜି ଗର୍ବୀତ ହେଉଛି ଏଭଳି ଲୋକ ଜନ୍ମ ନେଇଥିବା ଆଳି ମାଟିରେ ମୁଁ ଜନ୍ମ । ଆଜି ର ନେତା ମାନେ ତାଙ୍କ କାର୍ଯ୍ୟ କଳାପ କୁ ଅନୁକରଣ କରି କାର୍ଯ୍ୟ କରିଲେ ହୁଏତ ଆଳି ର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ନିଜ ବ୍ୟକ୍ତବ ରେ କହିଥିଲେ।ଅନ୍ୟ ସଂମାନୀୟ ଅତିଥି ଭାବେ ରାଜକନିକା ବ୍ଲକ ପଂଞ୍ଚାୟତ ସମିତି ର ଅଦକ୍ଷା ମିନତୀ ରାଉତ ସ୍ୱର୍ଗତ ଦେବଙ୍କ ସ୍ମୁତି ଚାରଣ କରିଥିଲେ।
ସଭା କାର୍ଯ୍ୟ କମିଟି ର ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ ଦେଇଥିଲେ ବେଳେ ଅବସରପ୍ରାପ୍ତ ଯବାନ ଗଣେଶ୍ୱର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଯୁବନେତା ୨ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି,ଦେମାଳ ସରପଞ୍ଚ ଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ପରିଡା ,ସାଂସଦ ଙ୍କ ପ୍ରତିନିଧି ନିର୍ମଳ ବେହେରା,ଯୁବ ନେତା ସୁବ୍ରତ ଦାସ, ମନୋଜ ମହାନ୍ତି, ଓ ପ୍ରଫୁଲ ସିଂ ପରିଚାଳନା ରେ ସହଯୋଗ କରିଥିଲେ।