ଆଳି – – ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ଆଳି ନୂଆ ବଜାର ର ଅଧିଷ୍ଠାତ୍ରୀ ଦେବୀ ମା ଅନ୍ନପୂର୍ଣ୍ଣା ଙ୍କ ର ସ୍ଥାୟୀ ମନ୍ଦିର ରେ 1952 ମସିହାରୁ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇ ଆସୁଥିବା ଦେବୀଙ୍କର ମୃଣ୍ମୟ ପ୍ରତିମା ର ପୂଜା ଯଥାରୀତି ଅନୁଷ୍ଠିତ ହୋଇଯାଇଛି l ମାଆଙ୍କର ମନ୍ଦିର ର ନବୀକରଣ କରାଯାଇ ପ୍ରତିଷ୍ଠା କରାଯାଇଛି l ଷୋଡ଼ଶ ଉପଚାରରେ ପୂଜା, ହୋମ ଯଜ୍ଞରେ ପରିବେଶ ଆନନ୍ଦ ମୟ ହୋଇ ଉଠିଛି, ଆଳି ବଜାର ଚଳଚଞ୍ଚଳ l
କରୁଣାମୟୀ ଲକ୍ଷ୍ମୀ ମା ଅନ୍ନପୂର୍ଣା ଙ୍କ ପୂଜା ସହ ଶ୍ରୀରାଧା କୃଷ୍ଣ ଙ୍କ ସ୍ଥାୟୀ ବିଗ୍ରହ ପ୍ରତିଷ୍ଠା କରାଯାଇଛି l ସମସ୍ତ ଆଳି ବଜାରର ବ୍ୟବସାୟୀ ଓ ନିକଟ ଗ୍ରାମାଞ୍ଚଳ ର ଅଧିବାସୀ ଓ ଯାତ୍ରୀ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କମିଟି ର ସଦସ୍ୟ ମାନଙ୍କ ତତ୍ତ୍ଵାବଧାନରେ ସୂଚାରୁରୂପେ ସମାହିତ ହୋଇଥିଲା l ସହ ସହ ଭକ୍ତ ପ୍ରସାଦ ସେବନ କରି ତୃପ୍ତ ହୋଇଥିଲେ l
ମା ଅନ୍ନପୂର୍ଣା ଙ୍କ ପୂଜା ର ଆୟୋଜକ ପ୍ରସନ୍ନ କୁମାର ସିଂହ, ରବିନ୍ଦ୍ର କୁମାର ପଣ୍ଡା, ଦିବାକର ମିଶ୍ର ତଥା କମିଟି ର ଅନ୍ୟ ସଦସ୍ୟ ମାନେ ଏହି ପୂଜା କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମାପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଶାରଦୀୟ ଦୁର୍ଗାପୂଜା ଅବସରରେ ଆଳି ବଜାରରେ ବିଭିନ୍ନ ସ୍ଥାନରେ ବହୁ ମୃଣ୍ମୟ ପ୍ରତିମା ଙ୍କୁ ପୂଜା କରାଯାଏ l ଆଳି ବଜାରର ବ୍ୟବସାୟୀ ମାନଙ୍କର 1952 ରୁ ପୂଜା ପାଇ ଆସୁଥିବା ମା ଅନ୍ନପୂର୍ଣ୍ଣା ଙ୍କୁ ଆର୍ଥିକ ମାନସିକ କିମ୍ବା ବ୍ୟବହାରିକ ସହଯୋଗ ରେ ହୁଏତ ଉଣା ପରିଲକ୍ଷିତ ହେଉଛି l ଏହି ପୁରାତନ ପୂଜା ଅନୁଷ୍ଠାନ କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇ ଆଳି ବଜାରର ଏକତା ପ୍ରଦର୍ଶନ କରିବାକୁ ଓ ପୁରାତନ ପରମ୍ପରା କୁ ବଜାୟ ରଖିବାକୁ ବୁଦ୍ଧିଜୀବି ମାନେ ନିବେଦନ କରିଛନ୍ତି l