Odisha news

ଏମ୍ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା , ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

0

ଭୁବନେଶ୍ବର : ବଳଙ୍ଗା ଅଞ୍ଚଳରେ ଗତକାଲି ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅଗ୍ନିକାଣ୍ଡର ଶିକାର ହୋଇ ଶରୀରର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଥିବା ପୀଡ଼ିତାଙ୍କୁ ଆଜି ଅପରାହ୍‌ଣରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟନିଟ୍‌ରେ ଭର୍ତ୍ତି କରାଯାଇଛି।

ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆଜି ଅପରାହ୍‌ଣରେ ଏମ୍ସ ଭୁବନେଶ୍ବରରୁ ଗ୍ରୀନ୍‌ କରିଡରରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା। ଏହା ପରେ ଏୟାର  ପୀଡିତା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏମ୍ସ ଦିଲ୍ଲୀରେ ପହଞ୍ଚିଥିଲେ।

ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହିତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ। ପୀଡିତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବେ। ବ୍ୟକ୍ତିଗତ ଭାବେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଝିଅଟିର ତ୍ୱରିତ ଆରୋଗ୍ୟ କାମନା ନିମନ୍ତେ ପ୍ରାର୍ଥନା କରୁଛି ।

ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଏହି ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply