Odisha news

ମଣିଷ vs AI : କାହାର ସବୁଠୁ ଉନ୍ନତ ମସ୍ତିଷ୍କ ଏବଂ କଣ କହୁଛି ରିସର୍ଚ୍ଚ

0

ଆଜିର ଡିଜିଟାଲ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ରୁତ ବେଗରେ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ଦେଖୁଚୁ, ବ୍ୟବସାୟ, ହେଲଥକେୟାର, ବିତିୟ କ୍ଷେତ୍ର, ସରକାରୀ ଏବଂ ନୀତିଗତ କ୍ଷେତ୍ରରେ AI ର ଭୂମିକା ଦେଖିବାକୁ ମିଳୁଛି, କିନ୍ତୁ ପ୍ରଶ୍ନ ଉଠୁଛି ଯେ କଣ ମଣିଷ ଠାରୁ ଅଧିକ ସଠିକ ନିର୍ଣ୍ଣୟ AI ନେଇପାରିବ ?

* ଡାଟା ଆନାଲିସିସ ରେ AI ର ଭୂମିକା –
ନିକଟରେ କେମ୍ବ୍ରିଜ ର ଗୋଟିଏ ଅଧ୍ୟୟନ ଅନୁସାରେ AI ଦ୍ୱାରା ନିଆଯାଇଥିବା ନିଷ୍ପତି ଖୁବ ସଠିକ ଅଟେ, ଉଦାହରଣ ସ୍ୱରୂପ ଅଟୋମୋବାଇଲ ଇଣ୍ଡସ୍ଟ୍ରୀ ଉପରେ ଆଧାରିତ ଗୋଟିଏ ବିଜିନେସ ଶିମୁଲେସନ ରେ ମିଳିଛି ଯେ AI ଦ୍ୱାରା ଭେରାଇଟି, ଭେରାସିଟି ଓ ଭଲ୍ୟୁମ ଡାଟା ଆଧାରରେ ଡିଜାଇନ କୁ ଦ୍ରୁତ ବେଗରେ କରିଥିଲା, ସେହିଭଳି ହେଲ୍ଥ କେୟାର ସେକ୍ଟର ରେ AI କ୍ୟାନ୍ସର ଭଳି ଦୁର୍ଲଭ ରୋଗ କୁ ସଠିକ ଭାବରେ ଜଣାପଡ଼ିଥାଏ l

* ରଣନୈତକ ଭାବନା ଏବଂ ନୈତିକ ନିର୍ଣ୍ଣୟ ରେ ମଣିଷର ସଫଳତା –
ଯେତେବେଳେ ରଣନୀତି ଦୁରଦୃଷ୍ଟି, ନୈତିକ ନିର୍ଣ୍ଣୟ ଓ ଅନିଶ୍ଚିତ ପରିସ୍ଥିତି ରେ ନିର୍ଣ୍ଣୟ ନେବାର କଥା ଆସିଥାଏ ସେତେବେଳେ ମଣିଷ ଆଗରେ ରହିଥାଏ, ଅନ୍ୟ ଗୋଟିଏ ଷ୍ଟଡି ଅନୁସାରେ ଅଟୋ ଇଣ୍ଡଷ୍ଟ୍ରି ବଜାରରେ ଅଚାନକ ପରିବର୍ତ୍ତନ ଆସିଥାଏ ତେବେ ଏଆଇ ତାକୁ ସମ୍ଭାଳି ପାରି ନଥାଏ ଏବଂ ନିର୍ଣ୍ଣୟ ନେଉଥିବା ଲିଡର ମାନଙ୍କର ହସ୍ତକ୍ଷେପ ଦେଖା ଦେଇଥାଏ l

ଯେତେବେଳେ ନୈତିକ ନିର୍ଣ୍ଣୟ, ରଣନୀତି ଗତ ଦୃଷ୍ଟିକୁ ଦେଖିବା ତେବେ ଏଆଇ ଆଜି ମଧ୍ୟ ପଛରେ, ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ପୂର୍ବରୁ ସମାଜ ମଣିଷର ନିର୍ଣ୍ଣୟ, ପ୍ରାଥମିକତା କୁ ସର୍ବ ପ୍ରଥମେ ଗୁରୁତ୍ୱ ଦେଉଥିଲା, ଏବଂ ବିଶେଷ ଭାବରେ ବୟସ୍କ ମାନେ ଏଆଇ ଠାରୁ ବିଶେଷ ଦୂରତା ରଖୁଛନ୍ତି, କାହିଁକି ନା ସେମାନଙ୍କ ମତରେ ଯନ୍ତ୍ର କଦାପି ସଠି ନିର୍ଣ୍ଣୟ ନେଇପାରି ନଥାଏ l କେବଳ ତଥ୍ୟ ଦେଇ ଲୋକଙ୍କୁ AI ଉପରେ ଭରସା କରିବା ପାଇଁ ପ୍ରବର୍ତ୍ତାଇବା ସମ୍ଭବ ନୁହେଁ, ସେଥିପାଇଁ ଗୋଟିଏ ସାମାଜିକ ଓ ମନୋବିଜ୍ଞାନୀ ଙ୍କ ପରିବର୍ତ୍ତନ ଜରୁରୀ l

Leave A Reply